ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସଂଗ୍ରାମୀ ଚକ୍ରଧର ବେହେରା ଥିଲେ କନିକା ପ୍ରଜା ଆନ୍ଦୋଳନର ମହାନାୟକ । ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଏହି ଜନନେତାଙ୍କ ଦେଶପ୍ରେମ ଓ ତ୍ୟାଗର ପଟାନ୍ତର ନାହିଁ । ଗତକାଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି । ବିଭାଗ ପକ୍ଷରୁ ଗତକାଲି ପୂର୍ବାହ୍ନରେ ରାଜଭବନ ଛକ ସ୍ଥିତ ବିପ୍ଲବୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ ଜୟଦେବ ଭବନରେ ଆୟୋଜିତ ସାଧାରଣ ସଭାରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସମେତ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.