ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ଦ୍ୱାଦଶତମ ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ଦ୍ୱାଦଶତମ ସ୍ଥାପନା ଦିବସ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୧-୨୨ର ସଭାପତି ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦିକା ରୋଟାରୀଆନ ପିଉ ଗୁହାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରୀଆନ ମନଜିତ୍ ସିଂହ ମୁଖ୍ୟ ଅତିଥି ଓ ଉପ ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରୀଆନ ପ୍ରତାପ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ । ପ୍ରାରମ୍ଭରେ ଉପଦେଷ୍ଟା ରୋଟାରୀଆନ ଡ. ଅଞ୍ଜନା ମୈତ୍ର ରୋଟାରୀ କ୍ଲବର ଅଗ୍ରଗତି ଓ ସମୃଦ୍ଧି ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ୨୦୨୨-୨୩ ପାଇଁ କ୍ଲବର ନୂତନ ସଭାପତି ଭାବେ ରୋଟାରୀଆନ ଆନବେଲା ଡିସୌଜା ଓ ସଂପାଦିକା ଭାବେ ପିଉ ଗୁହା ପୁର୍ଣ୍ଣ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦାୟୀ ସଭାପତି ଶ୍ରୀମତୀ ମହାନ୍ତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିବା ରୋଟାରୀଆନମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ୧୦ଜଣ ନୂତନ ରୋଟାରୀଆନମାନଙ୍କୁ ସଦସ୍ୟ ରୂପେ ଗ୍ରହଣ କରାଯାଇଥିଲା । ପ୍ରାକ୍ତନ ସଭାପତି ଶ୍ରୀମତୀ ମହାନ୍ତି ନୂତନ ସଭାପତି ଶ୍ରୀମତୀ ଡିସୌଜାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ଅନୁଷ୍ଠାନର ପ୍ରଥମ ମହିଳା ରୋଟାରୀଆନ ମୁଲିନ୍ଦର କୌର ନୂଆ ସଭ୍ୟଙ୍କୁ ବ୍ୟାଚ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ବିବେକାନନ୍ଦ ଦାସ, ଅନନ୍ତ ପଟ୍ଟନାୟକ ଓ ଡ. କେକେ ପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ନୂତନ ସଭାପତି ସମସ୍ତଙ୍କ ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରୋଟାରୀ କ୍ଲବ ତରଫରୁ ରୋଟାରୀଆନମାନେ ଯୋଗଦେଇ ଥିବାବେଳେ ଷ୍ଟିଲ ସିଟିର ରୋଟାରୀଆନ ସର୍ବଶ୍ରୀ ଦିଲିପ କୁମାର ଭୁଇ, ସନ୍ଧ୍ୟାରାଣୀ ବରାଳ, ସୁଚିସ୍ମିତା ବିଶ୍ୱାସ, ନିରୁପମା ସାହୁ, ବିଭୁ ନାୟକ, ବୀଣାପାଣି ରଥ, କୁମାର ବେହେରା, ଗୌରୀ ନାଗ, ସରିତା ମଲ୍ଲ, ଗୌତମ ମିଶ୍ର, ଲଳିତା ମୁଦୁଲି, ଆଲେକଜାଣ୍ଡାର ଡିସୌଜାଙ୍କ ସମେତ ବହୁ ରୋଟାରୀଆନ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.