ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ମେରନାସ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ପ୍ରବଳ ବର୍ଷାରେ ଖାଦ୍ୟ ନ ପାଇ ଭାଲୁ ଗାଁ ମୁହାଁ ହୋଇଥିଲା । ଜଙ୍ଗଲ ନିକଟରେ ସ୍କୁଲ ଥିବା ଦେଖି ସେଠାରେ ପଶି ଆଶ୍ରୟ ନେଇଥିଲା । ସ୍କୁଲ ପରିସରରେ ଭାଲୁ ଦେଖି ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ଖବର ପାଇ ବନ ବିଭାଗ ଟିମ୍ ପହଞ୍ଚି ଗତିବିଧି ଉପରେ ନଜର ରଖିଥିଲା । ତେବେ ଭାଲୁଟି ଖାଦ୍ୟ ଖୋଜି ନ ପାଇବା ପରେ ଜଙ୍ଗଲ ମୁହାଁ ହୋଇଥିଲା । ତେବେ ଭାଲୁ ପୁଣି ଫେରିବା ଆଶଙ୍କାରେ ବନ ବିଭାଗ ଟିମ୍ ସ୍କୁଲରେ ଦୀର୍ଘ ସମୟ ଧରି ଜଗି ରହିଥିଲେ । ସ୍କୁଲ ସମୟରେ ଭାଲୁ ଆସିବା ଘଟଣାକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବିଦ୍ୟାଳୟର ପାଚେରି ନ ଥିବା ବେଳେ ପାଖରେ ଜଙ୍ଗଲ ଥିବାରୁ ବନ୍ୟପ୍ରାଣୀ ଚାଲି ଆସୁଥିବା ପ୍ରଧାନ ଶିକ୍ଷକ କହିଛନ୍ତି ।