oom

ଛତ୍ରପୁରର ସମର୍ଥ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଭିଯୁକ୍ତଙ୍କ ବୟାନ ରେକର୍ଡ କଲା ପ୍ରଶାସନ

jsmm
  • ତଦନ୍ତ ପରିସରଭୁକ୍ତରେ ଥିବା ଯୌନ କେଲେଙ୍କାରୀ ଓ ହରିଲୁଟ୍‌ ମାମଲାରେ ପ୍ରଶାସନ ଅନେକ ଗୁମର ତଥ୍ୟ ଖୋଳୁଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ଉଭା ହୋଇଥିବା ଯୌନ କେଲେଙ୍କାରୀ ଏବଂ ବିଭିନ୍ନ କ୍ଷେତ୍ରରେ ଅର୍ଥ ହରିଲୁଟ୍‌ କରିଥିବା ଡ଼. କେ. ଆନନ୍ଦ ରାଓଙ୍କ ନାମରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଦୀର୍ଘ ଦିନ ଧରି ଜିଲ୍ଲାପ୍ରଶାସନ ଯାଞ୍ଚ କରି ଆସୁଛି । ମଙ୍ଗଳବାର ଦିନ ଯାଞ୍ଚ କମିଟି ପକ୍ଷରୁ ଏକ୍‌ଜିକ୍ୟୁଟିଭ ମାର୍ଜିଷ୍ଟ୍ରେଟ ତଥା ତହସିଲଦାର ଆନନ୍ଦଙ୍କ ସପକ୍ଷରେ ବୟାନ ରେକର୍ଡ କରି ଉପରୋକ୍ତ ତଥ୍ୟ ଆଧାରରେ ଯାଞ୍ଚ ପ୍ରକ୍ରିୟାକୁ ପ୍ରଶାସନ ତନଖି ସୁଦୃଢ଼ କରିଛି ବୋଲି ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ’ ଗତ ୪ତାରିଖ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ବିଚାର ଶୁଣାଣି କକ୍ଷରେ ଲିଖିତ ଅଭିଯୋଗ ସହ ବୟାନ ଦେଇଥିବା ଦୁଇ ଝିଅ ଏବଂ ଅଭିଯୋଗକାରୀ ସମର୍ଥ ଅନୁଷ୍ଠାନର ଛଟେଇ କର୍ମଚାରୀମାନେ ଏହି ମାମଲା ସମ୍ପର୍କରେ ଜଣାଇଥିଲେ ଏବଂ ଛତ୍ରପୁର ଆଦର୍ଶ ଥାନାରେ ଅଭିଯୋଗ ଦାଏର କରିଥିଲେ । ସେହି ଦିନରୁ ଆଜି ଯାଏଁ ଅଭିଯୋଗକାରୀମାନେ ସେହି ହରଡ଼ ଘଣାରେ ଘୁରି ବୁଲୁଛନ୍ତି । ଏବେ ପୀଡିତା ଏବଂ ଅନ୍ୟ ଛଟେଇ ହୋଇଥିବା ଜଣେ ପୁରୁଷ-ପାଚିକା ଓ ଶିକ୍ଷାକର୍ମୀ ପ୍ରମୁଖଙ୍କ ବହୁ ଦୟନୀୟ ପରିସ୍ଥିତି ଦେଇ ସାମ୍ନା କରି ଆସୁଛନ୍ତି । ହାତ ଉଧାରି, ଅବା ଧାର କରଜ କରି ସେମାନେ ଏହି କେଶ ଲଢୁଛନ୍ତି ବୋଲି କୁହାଯାଇଛି । ସେମାନେ ଭଡା ଘର କରି ଛତ୍ରପୁରରେ ରହୁଛନ୍ତି । ପ୍ରଥମତଃ ସେମାନଙ୍କ ସୁରକ୍ଷା କଥା ଜିଲ୍ଲା ପ୍ରଶାସନ ଚିନ୍ତା କରିବା କଥା । ଯାହାକି ନେତାଜୀ ଛକ ଆଗରେ ଥିବା ସମର୍ଥ ଅନୁଷ୍ଠାନର ପୁରୁଣା କୋଠାରେ ସେମାନଙ୍କୁ ରହିବା ପାଇଁ ଦିଆଯିବା ବିଷୟରେ ପ୍ରଶାସନ ଚିନ୍ତା କରିବା କଥା । ଯାହାକି, ସେହି କୋଠା ଏକ ସରକାରୀ ସମ୍ପତ୍ତି ଅଟେ । ସମର୍ଥର ନୂତନ ଆବାସିକ କୋଠା ଏବେ ଛତ୍ରପୁରସ୍ଥ ସାମିୟାପଲ୍ଲୀରେ ନିର୍ମାଣ ହୋଇ ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ସଦର ମହକୁମାରେ ଜବର ଦଖଲରେ ଥିବା ସରକାରୀ କୋଠା ଏବେ ଯାଏଁ ଆନନ୍ଦବାବା ଛାଡି ନାହାଁନ୍ତି । ପୁନଃଶ୍ଚ ସର୍ତ୍ତମୂଳକ ଭାବେ ଦିଆଯାଇଥିବା ଛତ୍ରପୁର ବ୍ଲକ କଲୋନୀ ସ୍କୁଲ ମଧ୍ୟ ଦଖଲରେ ରଖିଛନ୍ତି । ଏତେ ସବୁ ଅଭିଯୋଗ ସହ ପୁଣି ଯୌନ କେଲେଙ୍କାରୀ ଭଳି ସଙ୍ଗୀନ ଅଭିଯୋଗ ଆସିଥିଲେ ମଧ୍ୟ କିପରି ଆନନ୍ଦବାବାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ ? ତାହା ଉପରେ ଜନସାଧାରଣଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେହେତୁ ସେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବ୍ୟକ୍ତି ହେଲେ ମଧ୍ୟ ତାଙ୍କ ପାଇଁ କଣ ଆଇନ କାନୁନ ଅଲଗା କି ? ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । କୁହାଯାଏ ଯେ’ ଗଞ୍ଜାମ ପୋଲିସ କ୍ରାଇମ-ବିଭାଗ ପକ୍ଷରୁ ତଦନ୍ତ ପରିଧି ଭିତରେ ରହିଥିବା ଏହି କେଶ ପୁଙ୍ଖାନୁପୁଙ୍ଖ ତଦନ୍ତ ସରିବା ପରେ ହେଲେ ଆନନ୍ଦ ବାବାଙ୍କୁ ଗିରଫ ହେବାର ନିଶ୍ଚିତ ସୂଚନା ରହିଛି, ବୋଲି ତଦନ୍ତ ପରିସରରେ ଥିବା ଜଣେ ଆଇନଜୀବୀ କହିଛନ୍ତି ।

jittmm
Leave A Reply

Your email address will not be published.