ତୁରେକେଲା ବ୍ଲକରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଡଙ୍ଗରବୁଢା ଉଚ୍ଚ ବିଦ୍ୟାଳୟ ସର୍ଗିଗୁଡା ଠାରୁ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୋଳାନାଥ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପାଠାଗାରର ପ୍ରତିଷ୍ଠାତା ତଥା ଆୟୋଜକ ବୃନ୍ଦାବନ କୁମ୍ଭାର ଭ୍ରାମ୍ୟମାଣ ପାଠାଗାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପୁସ୍ତକ ହିଁ ମଣିଷର ପ୍ରକୃତ ବନ୍ଧୁ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ । ବିଶ୍ୱନନ୍ଦ ବିଶି, ରାହୁଲ କୁମାର ସରାଫ, ମନୋଜ କୁମାର ପଟ୍ଟନାୟକ, ସୁଶୀଲ କୁମାର ବେହେରା, ତୃପ୍ତିରାଣୀ ବେଦୀ, ସାଧନ କୁମାର ପୁଟେଲ, ଚିନ୍ମୟ ପୁଟେଲ ଆଦି ଶିକ୍ଷକ ବୃନ୍ଦ ପାଠ୍ୟପୁସ୍ତକ ପଢିବା ସହିତ ଗପ, କବିତା ପଢିବା ଓ ନିଜେ ଲେଖିଲେ ହିଁ ସୃଜନଶକ୍ତିର ବିକାଶ ହୁଏ ବୋଲି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଆୟୋଜକ ସାଙ୍ଗରେ ଆଣିଥିବା ଗଳ୍ପ ପୁସ୍ତକ ଛାତ୍ରଛାତ୍ରୀମାନଙ୍କୁ ପଢିବାକୁ ଦେଇଥିଲେ । ପଢି ସାରିବା ପରେ ସେମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ତା’ପରେ କୃତିଛାତ୍ର ପକ୍ଷୀରାଜ ପୁଟେଲ, ଦୟାମତି ସମରଥ, ହସିନା ବରିହାଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.