jsm

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଅରବିନ୍ଦଙ୍କ ଅତିମାନସ ଚେତନା ରଥକୁ ଭବ୍ୟ ସମ୍ବର୍ଦ୍ଧନା

csstore

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅମୃତ ସମାରୋହରେ ସଙ୍ଘତି ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର ବୌଦ୍ଧ ଓ ବରଗଡ଼ ଜିଲ୍ଲା ପରିକ୍ରମା କରୁଥିବା ଶ୍ରୀଅରବିନ୍ଦଙ୍କ ଅତିମାନସ ଚେତନା ଜାଗରଣ ରଥକୁ ବରଗଡ଼ ଜିଲ୍ଲା ବିଜେପୁର ଓ ବରପାଲିଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରଥଟି ବିଜେପୁର ପହଞ୍ଚିବା ପରେ ବନ୍ଦେ ମାତରମ୍‌ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ପ୍ରତିକୂଳ ପାଗ ଝିପିଝିପି ବର୍ଷା ସତ୍ତ୍ବେ ଛାତ୍ରଛାତ୍ରୀ ତଥା ଶିକ୍ଷା ବିଭାଗର ଅଧିକାରୀ, ଜନସାଧାରଣ ଉପସ୍ଥିତ ରହି ରଥକୁ ସ୍ୱାଗତ କରିଥିଲେ । ସଭିଏଁ ପୁଷ୍ପ ପ୍ରଦାନ ପୂର୍ବକ ଆଶିଷ କାମନା କରିଥିଲେ । ବସ୍‌ଷ୍ଟାଣ୍ଡ ପରିସରରେ ସଂକର୍ଷଣ ଟିଓୟୁପି, ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଦର୍ଶନ କରିଥିଲେ । ସେହିପରି ବରପାଲିଠାରେ ଶ୍ରୀଅରବିନ୍ଦ ପାଠଚକ୍ର ପକ୍ଷରୁ ଅତିମାନସ ଜାଗରଣ ଯାତ୍ରାର ରଥକୁ ସ୍ୱାଗତ ଓ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ଦିବାକର ବରିହା, ସୁଶାନ୍ତ କୁମାର ପାଣ୍ଡେ, ପୂର୍ଣ୍ଣ ଚନ୍ଦ୍ର ପଧାନଙ୍କ ସମେତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ବଳରାମ ସାହା, ମଧୁ ମହାପାତ୍ର, ସୁରେନ୍ଦ୍ର ମହାପାତ୍ର, ଲୋକନାଥ ମେହେରଙ୍କ ସହିତ ଶିକ୍ଷା କେନ୍ଦ୍ରର ଅପାଭାଇଗଣ ସାମିଲ ହୋଇଥିଲେ । ମାନପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସରଣ୍ଡାପାଲି, ମନୋହରପାଲି, ଏମଗଣ୍ଡପାଲି, ବିଜେପୁର ବାଲିକା ୟୁଜିଏମଇ, ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, କଲେଜ ପକ୍ଷରୁ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

yuvodaya
Leave A Reply

Your email address will not be published.