ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପାଟଣା : ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତୁରୁମୁଙ୍ଗା ଥାନା ବାଘିଆଟାଙ୍ଗିରି ଗ୍ରାମର ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତକ ଜଣକ ସେହି ଗ୍ରାମର ତ୍ରିଲୋଚନ ନାଏକ(୬୧) ବୋଲି ଜଣାପଡିଛି । ସୂଚନା ଅନୁସାରେ ତ୍ରିଲୋଚନ ଶନିବାର ଖିରେଇଟାଙ୍ଗିରି ହାଟକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ତାଙ୍କ ସନ୍ଧାନ ନ ପାଇବାରୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ । ରବିବାର ପୋଖରୀ ହୁଡ଼ାରେ ତାଙ୍କ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ଗ୍ରାମବାସୀ ଖୋଜûଖୋଜି କରିବା ସହ ତାଙ୍କ ଶବ ଉଦ୍ଧାର କରିଥିଲେ । ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

Leave A Reply

Your email address will not be published.