ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଲହୁ ଲୁହାଣ ହେଲେ ଯୁବତୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର ବାଲିଗୁଡା ଗ୍ରାମରେ ଗତକାଲି ଭାଲୁ ଆକ୍ରମଣରେ ଲହୁ ଲୁହାଣ ହୋଇଛନ୍ତି ଜଣେ ଯୁବତୀ । ମିଳିଥିବା ସୂଚନା ଅନୁସାରେ ଗତକାଲି ଦିନ ୧ ଘଣ୍ଟା ସମୟରେ ଲିଲି ଭୋଇ(୨୦) ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ଜଙ୍ଗଲି ଭାଲୁ ଆସି ହଠାତ ଲିଲିଙ୍କୁ ଆକ୍ରମଣ କରିଥିଲା । ତାଙ୍କ ଆଖି, ଗୋଡ ଓ ହାତକୁ ବାରମ୍ବାର ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲା ଭାଲୁ । ଚେତାଶୂନ୍ୟ ହେବା ପରେ ଭାଲୁଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । କିଛି ସମୟ ପରେ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଦେଖି ତାଙ୍କ ଘରକୁ ଖବର ଦେଇ ଉଦ୍ଧାର କରିଥିଲେ । ଏମ୍ବୁଲେନ୍ସ ଯୋଗେ ପ୍ରଥମେ ଗୁଡ଼ଭେଲା ଓ ପରେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଜଣାପଡିଛି । ପ୍ରକାଶ ଥାଉକି ଯୁବତୀଙ୍କ ବାପା ସଦାଶିବ ଭୋଇଙ୍କ ତିନି ଗୋଟି ଛୋଟ ଛୋଟ ପୁଅ ଅଛନ୍ତି ଓ ସ୍ତ୍ରୀ ସାଦିନି ଭୋଇ କେନସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ଏଣୁ ଉକ୍ତ ପରିବାରକୁ ଆର୍ଥିକ ସାହାଯ୍ୟ କରିବାକୁ ଅଞ୍ଚଳବାସୀ ଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.