oom

କିନାଲୋଇ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

jsmm

ରେଙ୍ଗାଲି : ରେଙ୍ଗାଲି ବ୍ଲକର କିନାଲୋଇ-ଜୁନାଡିହିଠାରେ ଥିବା ଜନ୍ମାଜୟ କାଲୋ ହାଇସ୍କୁଲ ପକ୍ଷରୁ ଆଜି ବନ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଏକ ସଚେତନତା ରାଲିରେ ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ । ଏହାପରେ ସ୍କୁଲ ପରିସରରେ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଶେଷରେ ସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କିନାଲୋଇ ସରପଞ୍ଚ ସରୋଜିନି କାଲୋ, ମୋ ସ୍କୁଲ ଅଭିଯାନର ସଭାପତି ରାମକୃଷ୍ଣ ଦାସ, ଅତିଥି ରୂପେ ଯୋଗ ଦେଇ ବୃକ୍ଷ ରୋପଣର ଆବଶ୍ୟକତା, ଉପକାରିତା ଉପରେ ଆଲୋକପାତ କରି ପରିବେଶ ସୁରକ୍ଷା ପାଇଁ ସମସ୍ତେ ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ସଞ୍ଜୟ କୁମାର ସାହୁ, ହରିହର ନାଏକ, ଖେଳ ଶିକ୍ଷକ ମିତ୍ରଭାନୁ ନାଏକ ପଟେଲ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ଦେଇଥିଲେ ।

jittmm
Leave A Reply

Your email address will not be published.