oom

ରାତ୍ରୀକାଳୀନ ଚଢ଼ାଉ : ବେନିୟମ ବାଲି ଚାଲାଣ ନିମନ୍ତେ ୩ ଗୋଟି ଟ୍ରାକ୍ଟରକୁ ୭୫ହଜାର ଟଙ୍କା ଜୋରିମାନା

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଗତକାଲି ରାତିରେ ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୩ ଗୋଟି ଟ୍ରାକ୍ଟରକୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ଉପଜିଲ୍ଲାପାଳ ସୋନପୁର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ତତ୍ୱାବଧାନରେ ତହସିଲଦାର ସୋନପୁର ନଵୀନ କିଶୋର ପାଢ଼ୀ, ଆର ଆଇ ସୁଧୀର ପାଣ୍ଡିଆ ପ୍ରମୁଖ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ଟ୍ରାକ୍ଟର ପ୍ରତି ଟ.୨୫,୦୦୦ ହଜାର ହିସାବରେ ମୋଟ ୭୫,୦୦୦ ଟଙ୍କା ଜୋରିମାନା କରିଛନ୍ତି । ଏହି ଚଢ଼ାଉ ସମୟରେ ତହସିଲ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ରହିଥିବା ବେଳେ ଏହି ରାତ୍ରୀକାଳୀନ ଚଢ଼ାଉ ଆଗକୁ ମଧ୍ୟ ଜାରିରହିବ ବୋଲି ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.