csstore

ସ୍ୱର୍ଗତ ଜାଫର ମହମ୍ମଦଙ୍କୁ ସିନାପାଲି ଏନ୍‌ପିଏସ୍‌ ସଂଘର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ନୂତନ ପେନସନ୍ ଭୁକ୍ତ କର୍ମଚାରୀ ସଂଘ ତରଫରୁ ନିକଟରେ ପରଲୋକ ଘଟିଥିବା ଖଡ଼ିଆଳ ଏନ୍‌ପିଏସ୍‌ ସଂଘର ଉପସଭାପତି ଜାଫର ମହମ୍ମଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ସିନାପାଲି ସଂଘର ସଭାପତି ରାକେଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଂଘ ସଂପାଦକ ବୈଷ୍ଣବ ମେହେର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜେଂଦ୍ର ପ୍ରସାଦ ଖମାରୀ, ରବିଂଦ୍ରନାଥ ଯୋଷୀ, ଖଗେଶ୍ୱର ନିଆଲ, ବୈଷ୍ଣବ ମେହେର, ପରେଶନାଥ ପାଣିଗ୍ରାହୀ ପ୍ରମୁଖ ସ୍ୱର୍ଗତ ଜାଫରଙ୍କ ସ୍ମୃତିଚାରଣ କରି ସେ ଜଣେ ଲୋକପ୍ରିୟ ସୁସଂଗଠକ, ମିଷ୍ଟଭାଷୀ ଆଦର୍ଶ ମଣିଷ ହୋଇଥିବା ବେଳେ ତାଙ୍କ ଆବର୍ତ୍ତମାନ ସମାଜ ପାଇଁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ଚଂଦ୍ର ମେହେର, ବସନ୍ତ କୁମାର ସାହୁ, ଅରୁଣ କୁମାର ଯୋଷୀ, କନ୍ଦର୍ପ ମେହେର, ଶରତ କୁମାର ମେହେର, ବଂଶୀଧର ଜଗତ, ହରେକୃଷ୍ଣ ମେହେର, ରମେଶ ଚଂଦ୍ର ମେହେର, ସାନୁର୍ଯ୍ୟ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.