ଧୁମାଭଟାରେ ସଫେଇ କାର୍ଯ୍ୟକ୍ରମ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଧୁମାଭଟା ପଞ୍ଚାୟତ ଜଗନ୍ନାଥ ମନ୍ଦିରଠାରୁ ମାଉସୀ ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡକୁ ଧୁମାଭଟା ମା’ ବସ୍ତ୍ରେନ୍‌ ଡ୍ରାଇଭର ସଂଘ ପକ୍ଷରୁ ସଫେଇ କରାଯାଇଥିଲା । ଏଥିରେ ସଂଘର ସଭାପତି ଗିରୀଶ ନାଏକ, ଉପସଭାପତି ମହେନ୍ଦ୍ର ରଣା, ସମ୍ପାଦକ ସନ୍ତୋଷ ରଣାସହ ସମ୍ପାଦକ ତରୁଣ ରାଉତ, କୋଷାଧ୍ୟକ୍ଷ ପ୍ରତାପ ସେଠ ପ୍ରମୁଖ ଉପସ୍ଥିତ ଥିଲେ । ସରପଞ୍ଚ ବନମାଳୀ ନାଏକ ସେମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.