ବଉଳା କୁମ୍ଭୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରାଜି ଗ୍ରାମ ନିକଟରେ ଥିବା କାଣୀ ନଦୀ କୂଳରୁ ଏକ ୮ ଫୁଟ ଲମ୍ବା ବଉଳା କୁମ୍ଭୀର ମୃତଦେହ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରାଜି ଗ୍ରାମ ନିକଟରେ ଥିବା କାଣୀ ନଦୀ କୂଳରେ ଆଜି ଏକ ବଉଳା କୁମ୍ଭୀର ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ରାଜନଗର ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରଟିକୁ ଜବତ କରିଛି । ତେବେ କୁମ୍ଭୀରଟି ମରି ନଦୀ ପଠାରେ ଲାଗିଥିବା ବେଳେ ମୃତର ସଠିକ କାରଣ ଜଣାପଡ଼ି ନାହିିଁ । ବ୍ୟବଚ୍ଛେଦ ପରେ ସଠିକ୍ କାରଣ ଜଣାପଡ଼ିବ ବୋଲି ବନବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.