oom

ଗୋଁଣ୍ତ ସମାଜ ତରଫରୁ ରାଣୀ ଦୁର୍ଗାଦେବୀଙ୍କ ବଳିଦାନ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ବୁଢାଦେଓ ମଣ୍ତପ ଠାରେ ମଣ୍ତପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ ଗୋଁଣ୍ତ ସମାଜ ବିଭିନ୍ନ ପଦ ପଦାଧିକାରୀଙ୍କ ଗହଣରେ ରାଣୀ ଦୁର୍ଗାଦେବୀଙ୍କ ୪୫୯ ତମ ବଳିଦାନ ଦିବସ ପାଳିତ ହୋଇ ଯାଇଛି । ଏହି ବଳିଦାନ ଦିବସରେ ଦୁର୍ଗାଦେବୀଙ୍କ ବଳିଦାନ ଉପରେ ଆଲୋଚନା କରା ଯାଇଥିଲା । ପ୍ରତ୍ୟେକ ବର୍ଷ ଶ୍ରୀ ନୃସିଂହନାଥ ବୁଢାଦେଓ ମଣ୍ତପ ଠାରେ ଏହି ବଳିଦାନ ଦିବସ ପାଳନ କରାଯିବା ନିଷ୍ପତ୍ତି ନିଆ ଯାଇଥିଲା ସମାଜ ପକ୍ଷରୁ । ଏଥିରେ ପୂଜକ ଭାବେ ଆନନ୍ଦ ଧରୁଆ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସମାଜର ବରିଷ୍ଠ କାର୍ଯ୍ୟକର୍ତ୍ତା ବସନ୍ତ ଧରୁଆ, ଭାଗବତିଆ ସିଂ ଦାଉ, ଚୈତୁ ଧରୁଆ, ଶୋଭାରାମ ଧରୁଆ, କପୁରଚନ, ଚିତ୍ତରଞ୍ଜନ ପୋର୍ର, ସଫେଦ ଦାଉ, ଦେଓ କୁମାର ସିଂ ଦାଉ, ଅମୃତ ବାଗ, ରତନ ସିଂ ଦାଉ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.