ପୁଅକୁ ହାଣି ଆତ୍ମହତ୍ୟା କଲା ବାପା
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡାରେ ପୁଅକୁ ହାଣି ଆତ୍ମହତ୍ୟା କଲା ବାପା । ଘଟଣାସ୍ଥଳରେ ନୂଆପଡ଼ା ଏସ୍ଡିପିଓ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାନୁଯାୟୀ, ଧରମବନ୍ଧା ଥାନା ଫୋକଟପଡାର ନକୁଳ ରାଉତ ଓ ତାଙ୍କ ପୁଅ ଶୋଭିତ ରାଉତଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାପା ନକୁଳ ରାଉତ ମାତାଲ ଅବସ୍ଥାରେ ପୁଅ ଶୋଭିତଙ୍କୁ ଏକ ଟାଙ୍ଗିଆ ସାହାଯ୍ୟରେ ହତ୍ୟା କରିଛନ୍ତି । ଏହାପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ନୂଆପଡ଼ା ଏସ୍ଡିପିଓ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।