ଓଲଟିଲା ଧାନ ବୋଝେଇ ଟ୍ରକ

ବିନିକା : ଓଲଟିଲା ଧାନ ବୋଝେଇ ଟ୍ରକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ନିକଟ ସମ୍ବଲପୁର ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାର ବିଶାଳପାଲି ଆମ୍ବତୋଟା ନିକଟରେ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡର ଏକ ଗଛକୁ ଧକ୍କା ଦେଇଥିଲା । ଏଥିରେ ଟ୍ରକର ଡ୍ରାଇଭର ଗୁରୁତର ହୋଇ ବିନିକା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଟ୍ରକ (ନଂ ଓଡି୧୫ଇ ୪୮୧୧) ଧାନ ବୋଝେଇ କରି ଡୁଙ୍ଗୁରିପାଲିରୁ ଅରିଗାଁ ରାଇସମୀଲକୁ ଯାଉଥିଲା । ଟ୍ରକଟି ଡୁଙ୍ଗୁରିପାଲି ପଟରୁ ଆସୁଥିବା ସମୟରେ ରାସ୍ତାଟି ବୁଲାଣି ହୋଇଥିବାରୁ ଭାରସାମ୍ୟ ହରାଇ ପ୍ରଥମେ ଏକ ବିଦ୍ୟୁତ ଖୁଣ୍ଟକୁ ପିଟି ସାରି ପରେ ଏକ ଗଛରେ ପିଟି ଓଲଟି ପଡିଥିଲା । ଓଲଟି ପଡ଼ିବା ପରେ ଟ୍ରକରେ ଥିବା ଶହ ଶହ ବସ୍ତାଧାନ କେନାଲ ଭିତରେ ପଡ଼ିରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକ ଡ୍ରାଇଭରଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

error: Content is protected !!