oom

ଦେଓଗାଁରେ ପ୍ରାକ୍ ମୌସୁମୀ ବର୍ଷା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ଖରାର ଭୀଷଣ ଗରମ ପରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ସମୟରୁ ଦେଓଗାଁ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ହେବା ପରେ ଆସ୍ଵସ୍ଥି ମିଳିଛି । ଆଜିର ବର୍ଷା ଯୋଗୁଁ ଚାଷୀ କୂଳରେ ଉତ୍ସାହିତ ଦେଖିବାକୁ ମିଳିଛି। ପ୍ରାୟ ୨ଘଣ୍ଟାର ଲଗାତାର ବର୍ଷା ଫଳରେ ଗାଁ ଗାଁର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା। ସେହିପରି ସୋନଗଡ ନଦୀ ବ୍ରିଜ ଉପରେ ବାଲି, ଅଳିଆ ଜମି ରହିଥିବାରୁ ଆଣ୍ଠୁଏ ପାଣି ଜମି ରହିଥିଲା। ପ୍ରକାଶ ଯେ, ଚଳିତ ମାସ ୧୪ତାରିଖ ସୁଦ୍ଧା ମାତ୍ର ୨ମିମି ବର୍ଷା ହୋଇଥିବା ବେଳେ ଗତ ବର୍ଷ ଜୁନ୍‌ ମାସର ୧୫ତାରିଖ ସୁଦ୍ଧା ୯୫ମିମି, ୨୦୨୦ରେ ୫୧ମିମି ଓ ୨୦୧୯ରେ ୪୬ମିମି ବର୍ଷା ହୋଇଥିଲା । ୨ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବାକୁ ଥିବା ବେଳେ ଭଲବର୍ଷାକୁ ଅନାଇ ବସିଛି ଚାଷୀ ।

jittmm
Leave A Reply

Your email address will not be published.