ଘୋରଡିଆ ଗ୍ରାମରେ ଶ୍ରୀ ପତିତପାବନ ଜୀଉଙ୍କ ସ୍ନାନ ଏବଂ ଗଜାନନ ବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପ୍ରତିଷ୍ଠିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ମଙ୍ଗଳ ଆରତୀ ସହ ସମସ୍ତ ପାରମ୍ପାରିକ ରୀତିରେ ଦେବନୀତି ସମ୍ପୂର୍ଣ୍ଣ କରିବା ପରେ ଘଣ୍ଟ ଘଣ୍ଟା ଏବଂ ମୃଦଙ୍ଗର ତାଳେ ତାଳେ ମନ୍ଦିରରେ ଆଳତୀ ପରେ ମହାପ୍ରଭୁ ପତିତପାବନ ଦେବଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ । ତା’ପରେ କର୍ପୁର ଓ ଚନ୍ଦନ ମିଶ୍ରିତ ଜଳରେ ସ୍ନାନ କରିବା ପରେ ଠାକୁରଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା । ଚଳିତ ବର୍ଷ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ସେବାୟତ ତଥା ପୂଜକ ସହ ମନ୍ଦିର କମିଟିର ପରିଚାଳକ ବିଜୟ କୁମାର ମିଶ୍ରଙ୍କ ସମେତ ମଦନ ମିଶ୍ର, ଦେବାଶିଷ ମିଶ୍ର, ବୀରେନ ମିଶ୍ର ପ୍ରମୁଖ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.