jsm

୨୮ତମ ରାଜ୍ୟସ୍ତରୀୟ ଉସୁ ଚାମ୍ପିଅନସିପ୍‌ରେ ପୁରୀ ଜିଲ୍ଲାକୁ ମିଳିଲା ବଡ଼ ସଫଳତା

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୁବନେଶ୍ୱର, ପୂମା ସ୍ପୋର୍ଟସ କମ୍ପଲେକ୍ସଠାରେ ଗତ ୧୦, ୧୧, ୧୨ ତାରିଖ ତିନି ଦିନ ପର୍ଯ୍ୟନ୍ତ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଥିଲା । ଏହି ଚାମ୍ପିଅନ୍‌ସିପ୍‌ରେ ପୁରୀର ଫାଇଟରମାନେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନୀ କରି ଜିଲ୍ଲା ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ, ଚାରିଗୋଟି ରୌପ୍ୟପଦକ, ତିନି ଗୋଟି କାଂସ୍ୟ ପଦକ ଜିତିଛନ୍ତି । ସେମାନେ ହେଲେ ଶୁଭଲକ୍ଷ୍ମୀ ଦାସ ସ୍ୱର୍ଣ୍ଣ, ଅଂଶୁମାନ ସାହୁ ସ୍ୱର୍ଣ୍ଣ, ବର୍ଷା ଦଳାଇ ରୌପ୍ୟ, ମିଲି ପ୍ରଧାନ ରୌପ୍ୟ, ହିମାଂଶୁ ରାଉତ ରୌପ୍ୟ, ସାଇ ସତ୍ୟବ୍ରତ ଦାସ ରୌପ୍ୟ, କାର୍ତ୍ତିକ ଭୋଇ କାଂସ୍ୟ, ଓମ୍ ପ୍ରକାଶ ପୃଷ୍ଟି କାଂସ୍ୟ ଅନୁସୁଦ୍ଦିନ ଖାଁ କାଂସ୍ୟ ପଦକ ଜିତିଛନ୍ତି । ପୁରୀ ଜିଲ୍ଲାରୁ ନଅ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ । ପ୍ରଶିକ୍ଷକ ତଥା ନେସନାଲ ଟେକ୍ନିକାଲ ଅଧିକାରୀ ନଟବର ସେଠୀ, ସନାତନ ସାହୁ ରବିନ୍ ଦାସ କ୍ରୀଡାବିତ୍‌ମାନଙ୍କ ଦାୟିତ୍ୱ ନେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ୍ ଘୋସ, ସହ ଶିକ୍ଷ୍ୟା ଅଧିକାରୀ ମମତା ମିଶ୍ର, ଜିଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ଦାସ, ଜିଲ୍ଲା କ୍ରୀଡା ନିରୀକ୍ଷକ ମହେନ୍ଦ୍ର ବିଶ୍ବାଲ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର କମିଶନର ସନ୍ଧ୍ୟାବତୀ ପ୍ରଧାନ ପିଲାମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

yuvodaya
Leave A Reply

Your email address will not be published.