jayashree

କନ୍ଧମାଳ ପୋଲିସକୁ ସଫଳତା : ବିପୁଳ ପରିମାଣର ମାଓ ସାମଗ୍ରୀ, ବିସ୍ପୋରକ ସରଞ୍ଜାମ ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଏବଂ ଡ଼ିଭିଏଫ୍‌ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଜବତ ସାମଗ୍ରି ମଧ୍ୟରେ ରହିଛି ମେଡିସିନ, ବିଦ୍ୟୁତ ତାର, ମାଓ ପୋଷାକ, ଜିଲୋଟିନ, ଛୁରୀ, ଇନଶାସ ମେଗାଜିନ, ଚଷମା, ଆଦି ଜିନିଷ ପତ୍ର ମାନ ଥିବା ଏସପି ଅଗ୍ରୱାଲ କହିଛନ୍ତି । ସେଠାରେ କେକେବିଏନ ଡ଼ିଭିଜନ ମାଓବାଦୀମାନେ କ୍ୟାମ୍ପ କରିଥିବା ଆହୁରି ସୂଚନା ଦେଇଥିଲେ ଏସପି । ସେହିପରି ଗତ ମେ ମାସ ୨୨ରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ଵାସାଗୁଡା ଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଅଶୋକ ହିଂସା ପରିତ୍ୟାଗ କରି ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କହିଥିଲା ସରକାରଙ୍କ ଲୋଭନୀୟ ପେକେଜ ପ୍ରତି ଆକର୍ଷିତ ହୋଇ ଦିନ କୁଦିନ ମାଓବାଦୀମାନେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରୁଥିବା ଦେଖାଯାଉଛି । କନ୍ଧମାଳ ଏସ୍‌ପିଙ୍କ ରଣ କୌଶଳ, ଲଗାତାର କମ୍ବିଂ ଅପରେସନ ଯୋଗୁଁ ମାଓ ସଂଗଠନ ଦିନକୁଦିନ ଦୁର୍ବଳ ହେବାରେ ଲାଗିଛି ।

Leave A Reply

Your email address will not be published.