ଗୃହ ଉଚ୍ଛେଦ ବନ୍ଦ : ହାଇକୋର୍ଟଙ୍କ ରହିତାଦେଶ

ମୋହନା : ଗୃହ ଉଚ୍ଛେଦକୁ ନେଇ ହାଇକୋର୍ଟଙ୍କ ରହିତାଦେଶ । ସୂଚନା ଅନୁସାରେ ଗଜପତି ଜିଲ୍ଲା ଅଡବା ପଞ୍ଚାୟତ ନିକଟରେ ଅବସ୍ଥିତ ଠାକୁରାଣୀ ମନ୍ଦିର ନିକଟ ସରକାରୀ ଜମିରେ ଘର ନିର୍ମାଣ କରି ରହିଆସୁଥିଲେ ଘୋଡାପଙ୍କା ଗ୍ରାମର କାମିଲି ନାୟକ । ଏହାକୁ ବିରୋଧ କରି ବିଭିନ୍ନ ସମୟରେ ଅଡବାବାସୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଥିଲେ । ମୋହନା ତହସିଲଦାର ଗତ ୨୭ରେ ଉକ୍ତ ସ୍ଥାନ ଖାଲି କରିବା ପାଇଁ ନୋଟିସ ଜାରି କରିଥିଲେ । ହେଲେ ଏହାକୁ ବିରୋଧ କରି କାମିଲି ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ୨୪/୫/୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କ ଘରକୁ ଉଚ୍ଛେଦ ନ କରିବା ପାଇଁ ୧୫ ଦିନ ଅଧିକା ସମୟ ଦେବା ପାଇଁ ମୋହନା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.