କୁମ୍ଵିଂ ଅପରେସନ ବେଳେ ଆଇଇଡି ବୋମା ଠାବ କରି ନିଷ୍କ୍ରିୟ କଲେ ବିଏସଏଫ୍ ଯବାନ

କୋରାପୁଟ : ବୈପାରିଗୁଡ଼ା ମାଲକାନଗିରି ୩୨୬ନଂ ଜାତୀୟ ରାଜପଥ ରାସ୍ତାର ମନ୍ତ୍ରୀଆମ୍ବ-ଗୋବିନ୍ଦପାଲି ଘାଟୀ ରାସ୍ତାରୁ ଆଇଇଡି ବୋମା ଠାବ କଲେ ବିଏସଏଫ୍ ଯବାନ । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ବୋମା ପୋତିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ କୁମ୍ଵିଂ ଅପରେସନ କରାଯାଉଥିବା ବେଳେ ୧୫୧ ବାଟାଲିୟନ ବିଏସଏଫ୍ ଆଇଇଡି ବୋମା ଠାବ କରିଛି । ସନ୍ଧାନୀ କୁକୁରମାନେ ଏହି ବୋମା ଠାବ କରିଛନ୍ତି । ଏହାପରେ ବୋମା ନିଷ୍କ୍ରୟକାରୀ ଟିମ୍ ବୋମାକୁ ନଷ୍ଟ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.