oom

ପଦ୍ମପୁର ଉପଖଣ୍ତର ଦିଗହରା ବିଦ୍ୟୁତ ବିଭାଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜକୁ କିଛି ତଳେ ଖବର ମାଧ୍ୟମରେ ଉପସ୍ଥାପିତ ହୋଇଥିବା ସଲଡିହ ଗ୍ରାମର ଏକ ଘଟଣା ଯେଉଁଠି ବିଜୁଳିର ଆବଶ୍ୟକ ଅଛି । ସେଠାରୁ ଖୁଣ୍ଟ ପୋତି ତାର ଟଣା ସରିଲା ପରେ ମଧ୍ୟ ପରବର୍ତ୍ତି ସମୟରେ ବିଦ୍ୟୁତ ଉପକରଣ ସ୍ଥାନାନ୍ତଣ କରାଯାଉଥିବା ବେଳେ ଅନ୍ୟ କେଉଁଠି ବିଦ୍ୟୁତ ଖୁଣ୍ଟ ମନଇଛା ପୋତା ଯାଇ ଜଙ୍ଗଲ ମଧ୍ୟକୁ ତାର ଟାଣି ବିଦ୍ୟୁତ ଯୋଗାଣର ବ୍ୟବସ୍ଥା କରାଯାଇଥିବା ଆଲୋଚନା ହେଉଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ବ୍ଲକ ବୁଡେନ ଥାନା ନିକଟସ୍ଥ ଧଉଲିବାହାଲ ଗ୍ରାମରେ । ଗ୍ରାମ ମୁଣ୍ଡରେ ଥିବା ଏକ ଢିପାରେ ବସ୍ତି କରିବା ପାଇଁ ମନସ୍ଥ କରିଥିବା ଜମି ମାଲିକ ହରେକୃଷ୍ଣ କୁମ୍ଭାର ଚାରିଜଣ ଲୋକଙ୍କୁ ବାସଗୃହ କରି ରହିବା ପାଇଁ ଅନୁମତି ଦେଇଥିଲେ ଓ ସେମାନେ ଗୃହ ନିର୍ମାଣ କରି ରହିଛନ୍ତି । ମାତ୍ର ଜମି ମାଲିକ ହରେକୃଷ୍ଣ କୁମ୍ଭାରଙ୍କ ଅଜ୍ଞାତରେ ତାଙ୍କ ଅନୁପସ୍ଥିତିରେ ଉକ୍ତ ଯାଗାରେ ବିଜୁଳି ଖୁଣ୍ଟ ଚାରି ଗୋଟି ପୋତା ଯାଇ ବନ୍ଧହିଡ ଦେଇ ଜଙ୍ଗଲକୁ ତାର ଟଣା ଯାଇଅଛି । ଯେଉଁଠି ଜନ ବସତି ଅଛି ଓ ବିଜୁଳିର ଆବଶ୍ୟକ ଅଛି ସେଠାରେ ବିଜୁଳି ଯୋଗାଣ ହେଉନାହିଁ । ବରଂ ନିଛାଟିଆ ବାସଗୃହ ନଥିବା କୌଣସି ଲୋକ ବସବାସ କରୁନଥିବା ସ୍ଥାନ ଜଙ୍ଗଲକୁ ବିଜୁଳି ସେବା ଦିଆଯାଉଛି । ଏ ଘଟଣାକୁ ନେଇ ବୁଡେନ ଥାନାରେ ଅଭିଯୋଗ ପତ୍ର ପ୍ରଦାନ କଲାପରେ ପଦ୍ମପୁର ତହସିଲରେ ଦେବା ପାଇଁ କହିଥିଲେ । ଏ ପରିପ୍ରେକ୍ଷୀରେ ହରେକୃଷ୍ଣ କୁମ୍ଭାର ପଦ୍ମପୁର ତହସିଲଦାର, ଉପଜିଲ୍ଲାପାଳ ପଦ୍ମପୁର, ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ବିଦ୍ୟୁତ ଓ କେତେ ଖଳ ପ୍ରକୃତି ଲୋକଙ୍କ ଦ୍ବାରା ଏପରି ଅଭାବନୀୟ ଘଟଣା ଘଟିଥିବା କଥା ଶ୍ରୀ କୁମ୍ଭାର ଦର୍ଶାଇଛନ୍ତି । ପଦ୍ମପୁର ବିଦ୍ୟୁତ ବିଭାଗ ଏସଡିଓ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.