oom

ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ : ବରପାଲିରେ ସାଂସ୍କୃତିକ ମାହୋଲ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବରପାଲିଠାରେ ଶ୍ରୀ ଶ୍ରୀ କପିଳେଶ୍ୱର ବାବା ଓ ଜଗତ ଜନନୀ ମାତା ପାର୍ବତୀ ଦେବୀଙ୍କ ବିବାହ ଉତ୍ସବ, ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଚଳିତ ବର୍ଷ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇବର୍ଷର କଟକଣା ପରେ ଚଳିତବର୍ଷ ଚଳିତ ଥର ୨୪୫ତମ ଶୀତଳଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋକାଚାର ନୀତିରେ ଜୈଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବୈଦିକ ରୀତୀନୀତି ଓ ଲୋକାଚାରରେ ବରପିତା ଓ କନ୍ୟାପିତା ଚୟନ, ଦେବପିତୃ ନିମନ୍ତ୍ରଣଠାରୁ ଆରମ୍ଭ କରି ଲଗ୍ନ ଚିଟାଉ ଥାଳ ଉଠା ନୀତି, ମଙ୍ଗଳପାଗ, ବରଧରା ବରଣ, ଦିଅମଙ୍ଗୁଳା ପରେ ବିବାହ ମଣ୍ଡପରେ ମାତା ପାର୍ବତୀଙ୍କ ହାତ ଧରିଥିଲେ ଦେବ ଦେବ ମହାଦେବ। ଏହି ବିବାହ ଉତ୍ସବରେ ପାରମ୍ପରିକ ବାଦ୍ୟରେ ଦୁଲୁକି ଥିଲା ସମଗ୍ର ବରପାଲିର ହିମାଦ୍ରୀ ନଗର । ମଧ୍ୟରାତ୍ରରେ ଦେବଦମ୍ପତି ବିବାହ ସମ୍ପନ୍ନ ହେବା ପରେ ଯୁଗଳମୂର୍ତ୍ତି ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ରୀତିନୀତି ଅନୁଯାୟୀ ନିତି କର୍ମ ସରିବା ପରେ ମନ୍ଦିରକୁ ଫେରିବେ ଦେବଦମ୍ପତି । ସେପଟେ ନୃପଲାଲ ଉଦ୍ୟାନରେ ଚାଲିଛି ନଟରାଜ ମହୋତ୍ସବ ଓ ବାଣିଜ୍ୟ ମେଳା । ଆସନ୍ତା କାଲି ଲମ୍ବାନୀ ଶୋଭାଯାତ୍ରା ସହିତ ସହର ପରିକ୍ରମା କରିବେ ଦେବ ଦମ୍ପତି ଏବଂ ଜଗତର ଲୋକଙ୍କୁ ଦର୍ଶନ ଦେବେ । ଆଜି ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ଯୋଗଦାନ କରି ଦେବଦମ୍ପତିଙ୍କ ଦର୍ଶନ କରି ସହ ନଟରାଜ ମହୋତ୍ସବରେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଡାକ୍ତର ରାଧେଶ୍ୟାମ ଅଗ୍ରୱାଲ ଓ ଏମ୍‌ ଶ୍ରୀନିବାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ସମ୍ବଲପୁରୀ ଗାୟକ ଶତ୍ରୁଘନ ଲୁହା, ପଦ୍ମିନୀ ଦୋରା, ବଲାଙ୍ଗିରର ଘୁପକୁଡୁ, କଳାହାଣ୍ଡିର ଘୁମୁରା ନାଚ ପ୍ରଦର୍ଶିତ ହୋଇଥିଲା ।

jittmm
Leave A Reply

Your email address will not be published.