csstore

ଜନକଲ୍ୟାଣ ଟ୍ରଷ୍ଟର ଆଉ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ : ମାନବ ସେବା ହିଁ ମାଧବ ସେବା ଉପଲବ୍ଧ କରି ସେବା କରିବା ଲକ୍ଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ନୂତନ ଭାବେ ମୁଣ୍ଡ ଟେକିଥିବା ଜନକଲ୍ୟାଣ ଟ୍ରଷ୍ଟ ଏବେ ଲୋକଙ୍କ ସେବା ଯୋଗାଉଥିବା ହେତୁ ଚର୍ଚ୍ଚାରେ ରହିଛନ୍ତି । ଜନକଲ୍ୟାଣ ଟ୍ରଷ୍ଟ ଗଠନ ହେବା ଦିନଠାରୁ ନର ନାରାୟଣ ସେବାରେ ଲାଗି ପଡିଥିବାର ଦେଖିବାକୁ ମିଳିଛି । କିଛି ଦିନ ତଳେ ଡୁଙ୍ଗୁରିପାଲି ଗ୍ରାମର ଏକ ଗରିବ ପରିବାରକୁ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା କରିଥିବା ବେଳେ ଆଜି ଲୋକଙ୍କ ଦୁଃଖକୁ ସହି ନପାରିବାରୁ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ବେଲପଡା ଗ୍ରାମର ନିକଟରେ ଥିବା ଏକ ନଦୀରେ ଅସ୍ଥାୟୀ ଚହଲା ଖନନ କରି ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ସହ ଗାଈ ଗୋରୁଙ୍କ ପାଇଁ ମଧ୍ୟ ସୁବିଧା କରାଯାଇଥିବା ସୂଚନା ଦେଇଛନ୍ତି । ଜନକଲ୍ୟାଣ ଟ୍ରଷ୍ଟର ସଭାପତି କାନ୍ତ ରଣା, ସମ୍ପାଦକ କେଦାରନାଥ ଦଣ୍ଡସେନା, ଅନ୍ୟ ସଭ୍ୟମାନଙ୍କ ମଧ୍ୟରେ ମିଥିଲା ମେହେର (ଉପସଭାପତି) ଦୈତାରୀ ପସାୟତ(ସହ ସମ୍ପାଦକ) ଭୋଜରାଜ ମେହେର (କୋଷାଧ୍ୟକ୍ଷ) ପରିଚାଳନା କମିଟିର ଭୋଜରାଜ ଦଣ୍ଡସେନା(ଯୁବ ସାମ୍ବାଦିକ), ରାହସ ବିହାରୀ ଦଣ୍ଡସେନା, ଟିକେଚନ ଦଣ୍ଡସେନା, ପ୍ରମୋଦ ମେହର, କୁମଦିନି ମେହେର, କୁନୁ ମେହେର, ନରେଶ ସାହୁ, ସଂଜୀବ କୁମାର ପୁଷ୍ଟି, ମନୀଷା ବାହୁକ, ବନିତା ମେହେର, ସୁଭାସିନୀ ମୁଣ୍ଡା, ପ୍ରେମାନନ୍ଦ ବେହେରା, ରିଙ୍କୁ ମେହର, ମହେନ୍ଦ୍ର ମେହେର, ଦଶରଥ ମେହର, ଭୁବନେଶ୍ୱର ନାଗ, ସୁରେଶ ବରିହା ପ୍ରମୁଖ ଏହି ଜନକଲ୍ୟାଣ ଟ୍ରଷ୍ଟର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ମାନବ ସେବା ହିଁ ମାଧବ ସେବା ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.