ରଙ୍ଗାରଙ୍ଗ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ଛତ୍ରପୁର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦଶଭୂଜା ତ୍ରି-ନେତ୍ର ଧାରୀ ଜଗଦମ୍ବା ମାଆଙ୍କ ସୋମବାର ପବିତ୍ର ସାବିତ୍ରୀ ଅମାବାସ୍ୟା ତିଥିରେ ଦେବୀଙ୍କ ସ୍ୱତନ୍ତ୍ର ନୀତି ଲାଗି ହୋଇଛି । ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଦେବୀ ଘଟଯାତ୍ରାରେ ନଗର ବୁଲିବାକୁ ବାହାରିନଥିଲେ । ସୋମବାର ସନ୍ଧ୍ୟାରେ ଦେବୀଙ୍କ ଘଟଯାତ୍ରା ସ୍ଥଗିତ ଥିଲା । ଅସ୍ଥାୟୀ ମଣ୍ଡପ ନିକଟରେ ଦେବୀ ଶହସ୍ର ନରନାରୀ ଅବାଳ ବୃଦ୍ଧବନିତାଙ୍କୁ ଦର୍ଶନ ଦେଇ କଲ୍ୟାଣ କରିଥିଲେ । ଭକ୍ତିମୟ ପରିବେଶରେ ଅନେକ ମହିଳାମାନେ ଘଟସ୍ଥଳ ନିକଟରେ ବସି ଦେବୀଙ୍କ ପୂଜାର୍ଚ୍ଚନା, ସ୍ତୋତ୍ରପାଠ, ସ୍ତବପାଠ କରିଥିଲେ । ଏଣେ ଛତ୍ରପୁର ସହରର ୫ଟି ସ୍ଥାନରେ ଅର୍ଥାତ ଅପର-ବସଷ୍ଟାଣ୍ଡ ଛକ, ଶୁଭାରାଓ ମାର୍କେଟ ଛକ, ମଝିବଜାରଛକ ଷ୍ଟାଇଲବଜାର ସାମ୍ନା ଏବଂ ରିକାପଲ୍ଲୀ ଛକଠାରେ ରଙ୍ଗାରଙ୍ଗ ନୃତ୍ୟ, ଲଘୁସଙ୍ଗୀତ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଅଗଣିତ ଜନତାଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଆଣିଦେଇଥିଲା ।

Leave A Reply

Your email address will not be published.