oom

ଆଇପିଏଲ୍‌ରେ ଜୁଆ ଖେଳାଇ ଧରା ପଡିଲେ ୫ ଯୁଆଡି

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଇପିଏଲ୍‌ କ୍ରିକେଟ ମ୍ୟାଚ୍‌ରେ ବେଟିପ୍ସ ଯୁଆ ଖେଳାଉ ଥିବା ବେଳେ ବରଗଡ଼ ଟାଉନ ପୋଲିସ ହାତରେ ଧରାପଡିଲେ ୫ ଯୁଆଡି । ତାଙ୍କ ଠାରୁ ପୋଲିସ ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି । ଗତ ୨୭ ତାରିଖ ଦିନ ଆଇପିଏଲ୍‌ର ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଏବଂ ରାଜସ୍ଥାନ ରୋୟାଲ ମଧ୍ୟରେ ମ୍ୟାଚ୍ ସମୟରେ ଅମ୍ବାପାଲି ସ୍ଥିତ ଗଜପତି ମଣ୍ଡପ ନିକଟରେ ଏକ ଅର୍ଦ୍ଧ ନିର୍ମିତ ଘରେ ଦୁଇ ଖେଳ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରିଥିଲେ । ସେ ସମୟରେ ଅନ୍‌ଲାଇନ୍‌ କ୍ରିକେଟ ବେଟିପ୍ସ ହେଉଥିବା ଜଣାପଡିଥିଲା । ଘଟଣାସ୍ଥଳରେ ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି, ବିମଳକାନ୍ତ ନାଗ, ଦିଲ୍ଲିପ ଦାସକୁ ଗିରଫ କରିଥିଲେ । ସେଠାରୁ ୬ଲକ୍ଷ ୧୪ହଜାର ନଗଦ ଟଙ୍କା ସହ ୩୦ଟି ମୋବାଇଲ, ୨ଟି ଲାପ୍‌ଟପ୍‌, ମୋବାଇଲ ଚାର୍ଜର, ତାସ୍‌, ସେଟ୍ ଅଫ୍‌ ବକ୍ସ, ଏଲିଡି ଟିଭି, ରୁଟର ଆଦି ଜବତ କରିଥିବା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.