ସମାଜସେବୀଙ୍କ ହସ୍ତକ୍ଷେପ ପରେ ଅସହାୟ ଦିବ୍ୟାଙ୍ଗ ପିଣ୍ଟୁଙ୍କୁ ମିଳିଲା ଟ୍ରାଇ ସାଇକଲ

କୋକସରା : କୋକସରା ବ୍ଲକ କୋଉଡୋଳା ପଂଚାୟତ କାଉଡୋଳା ଗାଁର ରମାକାନ୍ତ ବେସ୍ରା ଓ ଶିବରାତ୍ରି ବେସ୍ରାଙ୍କ ପୁଅ ପିଣ୍ଟୁ ବେସ୍ରା ଦୀର୍ଘଦିନ ହେଲା ଦିବ୍ୟାଙ୍ଗ ହୋଇ ନିଜର ଭାରସାମ୍ୟ ହରାଇ ଘରୁ ବାହାରକୁ ଗୋଡ କାଢି ପାରୁନଥିଲେ । ଚାଲି ବୁଲି ନପାରି ବହୁତ ହଇରାଣ ହେଉଥିଲେ । ନିଜ ପୁଅର ସେବାକରି ମା’ ଶିବରାତ୍ରି ଓ ପିତା ରମାକାନ୍ତ ଶେଷରେ ଭାଂଗି ପଡ଼ିଥିଲେ । ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ସମସ୍ୟା ବିଷୟରେ ଜାଣିବା ପରେ ସମାଜସେବୀ ଯଶୋବନ୍ତ ରଣା ଡ଼ିଏସ୍‌ଏସ୍‌ ମଦନଜିତ ହୋତା ଓ ଅରୁଣ ମହାପାତ୍ରଙ୍କୁ ଜଣାଇଥିଲେ ଓ ପିଣ୍ଟୁ ବେସ୍ରାଙ୍କୁ ଗୋଟିଏ ଟ୍ରାଇ ସାଇକଲ ଦେବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇବା ପରେ ଡ଼ିଏସ୍‌ଏସ୍‌ଙ୍କ ନିର୍ଦେଶରେ କୋକସରା ବ୍ଲକ ପ୍ରଶାସନ ମାତ୍ର କେଇ ଘଣ୍ଟା ଭିତରେ ପିଣ୍ଟୁ ବେସ୍ରାଙ୍କୁ ଗୋଟିଏ ଟ୍ରାଇ ସାଇକଲ ପ୍ରଦାନ କରିଛନ୍ତି । ଟ୍ରାଇ ସାଇକଲ ମିଳିବା ପରେ ମଣ୍ଟୁ ଓ ତାଙ୍କ ପରିବାର ଖୁସିଥିବା ଜଣାପଡିଛି । ସମାଜସେବୀଙ୍କ ଏହିପରି ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.