oom

ଦୃତ ଗତିରେ ଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ମିନିଟ୍ରକକୁ ଅଟକାଇଲା ପାଟଣାଗଡ଼ ପୋଲିସ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୃତ ଗତିରେ ଯାଉଥିବା ମଧ୍ୟାହ୍ନ ଚାଉଳ ବୋଝେଇ ମିନିଟ୍ରକ୍ ଓଆର୍‌-୦୨କ୍ୟୁ-୯୯୧୫କୁ ପାଟଣାଗଡ଼ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ଅପରାହ୍ନ ୪ଟା ସମୟରେ ଉକ୍ତ ମିନିଟ୍ରକ୍‌ ଯୋଗୀମୁଣ୍ଡା ସ୍ଥିତ ଆର୍‌ଏମ୍‌ସିରୁ ଛୋଟ ଛୋଟ ପିଲାମାନଙ୍କ ଖାଦ୍ୟ ପାଇଁ ଖପ୍ରାଖୋଲ ବ୍ଲକ୍‌ ନିମନ୍ତେ ଚାଉଳ ଉଠାଯାଇ ସେହି ଅଞ୍ଚଳକୁ ଯାଉଥିବା ସରକାରୀ କାଗଜ ପତ୍ରରେ ଦର୍ଶାଯାଇଥିଲା । କିନ୍ତୁ ସମ୍ପୃକ୍ତ ଠିକାଦାର ତୋଫାନ ମେହେର ଖପ୍ରାଖୋଲକୁ ଏହି ଚାଉଳ ଗାଡ଼ି ନନେଇ ପାଟଣାଗଡ଼ ପଟକୁ ଆଣୁଥିବାର ଖବରପାଇ ପୁଲିସ ବର୍ଥଲା ଛକରେ ପିକ୍ଅପ୍‌କୁ ଅଟକାଇ ଆବଶ୍ୟକ କାଗଜ ପତ୍ର ମାଗିଥିଲେ । ପରେ ସନ୍ଦେହ ହେବାରୁ ପୁଲିସ ଉକ୍ତ ଚାଉଳ ବୋଝେଇ ଗାଡ଼ିକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ପୋଲିସ ଠିକାଦାର ତୋଫାନ ମେହେରଙ୍କୁ ଥାନାକୁ ଆସିବା ପାଇଁ ଡ଼କାଯାଇଥିବା ବେଳେ ତିନିଦିନ ବିତିଯାଇଥିଲେ ମଧ୍ୟ ସେ ଆସୁନଥିବା ବେଳେ ଏନେଇ କେସ୍‌ ରୁଜୁ ହୋଇନଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.