କୁଡ଼ାସିଂହା ଆଦିତ୍ୟ ବାହିନୀ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ଓ ଏକାଦଶୀ ବ୍ରତିମାନଙ୍କ ସହଯୋଗରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଦିନ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୁରୀ ସ୍ଥିତ ଗୋବର୍ଦ୍ଧନ ମଠର ବଲାଙ୍ଗିର ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ବିପିନ ବିହାରୀ ପଣ୍ଡାଙ୍କ ଉପସ୍ଥିତିରେ ଜିଲ୍ଲା କମିଟି ସଦସ୍ୟ ଆଲୋକ ମିଶ୍ର ପ୍ରବଚକ ଭାବେ ଯୋଗଦେଇ ଭାଗବତର ମାହାତ୍ମ୍ୟ ଓ ଏଥିରେ ଥିବା ଶ୍ରୀକୃଷ୍ଣ – ସୁଦାମା ଚରିତ୍ର ସମ୍ପର୍କରେ ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଦିତ୍ୟ ବାହିନୀର ସଦସ୍ୟ ପ୍ରକାଶ ସାହୁ, ରମେଶ ଚନ୍ଦ୍ର ସାହୁ, ପ୍ରଦୀପ ସାହୁ, ସୁରେନ୍ଦ୍ର ସାହୁ, ଅକ୍ଷୟ ଚୌଧୁରୀ, ଅଶୋକ ସାହୁ, ବୁଲୁ ସାହୁ, କୁବେର ସାହୁ, ଅମେଶ ସେଠ୍ ଓ ଆନନ୍ଦ ବାହିନୀର ସମସ୍ତ ମହିଳା ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ । ପ୍ରବଚନର ବାଦ୍ୟ ଯନ୍ତ୍ରରେ ଭୁବନେଶ୍ୱର କୁଅଁର ଓ ଚଇତନ ପଟେଲ ସହଯୋଗ କରିଥିଲେ । ମନ୍ଦିର ଟ୍ରଷ୍ଟି ଜଳଧର ସାହୁଙ୍କ ବିଶେଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.