ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦିବ୍ୟାଙ୍ଗଙ୍କୁ ଆନୁଷ୍ଠାନିକ ଭାବେ ସହାୟତା ପ୍ରଦାନ କରିଛନ୍ତି । ଶନିବାର ଅପରାହ୍ନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା, ବୋଲଗଡ଼ ଫାସିଓଦା ଗ୍ରାମ ପଞ୍ଚାୟତର ମଣ୍ଡଳସିଂ ଗ୍ରାମକୁ ଯାଇ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକେଲ ଓ ଅନ୍ୟାନ୍ୟ ସହାୟତା ବଣ୍ଟନ କରିଥିବା ଜଣାଯାଇଛି । ଏହି ସଭାରେ ପ୍ରକାଶ ରଣା ଓ ରଘୁନାଥ ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ସାଗର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।