ହୋଟେଲ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ

  • ଜୟ ପୁରୋହିତ ସଭାପତି ଓ ରବି ପୁଝାରୀ ସଂପାଦକ ଭାବେ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସ୍ୱୟମ ହୋଟେଲଠାରେ ବଲାଙ୍ଗିର ହୋଟେଲ ସଂଘର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଶୋକ ପାଢିଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକ ପ୍ରାରମ୍ଭରେ ଆଗ।।ମୀ ବର୍ଷରେ ସଂଘର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ସର୍ବସମ୍ମତି କ୍ରମେ ଜୟ ପୁରୋହିତ ସଭାପତି, ଲୋଟସ ଷଢଙ୍ଗି ଉପସଭାପତି, ରବି ପୂଝାରୀ ସଂପାଦକ, ଅଭିଜିତ ମିଶ୍ର ସହ ସଂପାଦକ ଓ ଜନ୍ମୟ ଭ୍ରମରଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ସେହିପରି ଅଶୋକ ପାଢି, ତ୍ରିପୁରାରୀ ପାଣିଗ୍ରହୀ, ନରେନ୍ଦ୍ର ସାହୁ, ରାମ ଦାଶ, ଭକ୍ତ ବେହେରା, ବିଶ୍ୱଜିତ ସାହୁ, ହେମନ୍ତ ମିଶ୍ର ଓ ବୁଲୁ ପୁରୋହିତଙ୍କୁ ସଂଘର କାର୍ଯ୍ୟକାରିଣୀ ସମିତିର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପରେ ପରେ ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ବିଗତ କରୋନା କାଳରେ ହୋଟେଲ ମାଲିକମାନେ ବିଶେଷ ଭାବେ କ୍ଷତି ଗ୍ରସ୍ତ ହୋଇଥିଲେ ସୁଦ୍ଧା ସେମାନଙ୍କ ପାଇଁ ସରକାରୀସ୍ତରରେ କୌଣସି ସୁବିଧା ସୁଯୋଗ ବା ରିହାତି ଦିଆଯାଇନଥିଲା । ତା’ ସତ୍ୱେ ଦୁଇ ବର୍ଷ କାଳ ହୋଟେଲମାନେ କଟକଣା ନିୟମ ମୁତାବକ ଗ୍ରାହକଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିଥିଲେ । ତା’ ଉପରେ ସରକାରୀ ଓ ବ୍ୟାଙ୍କ କର ହୋଟେଲ ମାଲିକମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବଳ କରିଛି । ଏବେ ବଜାର ଖୋଲିବା ପରେ ଲଗାତାର ଭାବେ ହେଉଥିବା ବିଜୁଳି ବିଭ୍ରାଟ, ନିଅଣ୍ଡିଆ ଜଳ ଯୋଗାଣ, ଟ୍ରାଫିକ ସମସ୍ୟା ଓ ସହରର ବିପର୍ଯ୍ୟସ୍ତ ଆଇନ ସୁରକ୍ଷା ବ୍ୟବସ୍ଥା ବଲାଙ୍ଗିରରେ ହୋଟେଲ ଉଦ୍ୟୋଗକୁ ବିଶେଷ ପ୍ରଭାବିତ କରୁଛି । ସରକାର ତଥା ପ୍ରଶାସନ ହୋଟେଲ ଉଦ୍ୟୋଗୀଙ୍କ ଏସବୁ ସମସ୍ୟାର ସମାଧାନ କରିବା ସହ ହୋଟେଲମାଲିକଙ୍କ ପ୍ରତି ସହେଯାଗ ତଥା ସହାୟତାର ହାତ ବଢାଇଲେ ସଂଘ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ମୁଖ୍ୟ ସହେଯାଗୀର ଭୂମିିକା ଗ୍ରହଣ କରି ପାରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.