pakka

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇଛି ଯୁବୋଦୟ କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲୋଜି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇଛି ଯୁବୋଦୟ କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲୋଜି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଉମାବଲ୍ଲଭ ମହାପାତ୍ର ସକମା ସ୍ଥିତ ଯୁବୋଦୟ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଅନୁଷ୍ଠାନର ଭିତ୍ତିଭୂମି ପରଖିଥିଲେ ଓ ବିଭିନ୍ନ ବିଷୟ ସଂପର୍କରେ ପଚାରିଥିଲେ । ଯୁବୋଦୟ କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲୋଜିର ଅଧ୍ୟକ୍ଷ ଡକ୍ଟର ସୁବ୍ରତ କୁମାର ମହାନ୍ତି ଓ ପ୍ରଶାସନିକ ଅଧିକାରୀ ମାନସରଞ୍ଜନ ମହାପାତ୍ର ତାଙ୍କୁ କଲେଜର ବିଭିନ୍ନ ବିଭାଗ ବୁଲେଇ ଦେଖାଇଥିଲେ ଓ ପରେ ଅନୁଷ୍ଠାନ ଉପରେ ସନ୍ତୋଷ ପ୍ରକାଶ କରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସହ ଯୁବୋଦୟ କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲୋଜିର ଅନୁବନ୍ଧନ ପତ୍ର କଲେଜକୁ ହସ୍ତାନ୍ତର କରିଥିଲେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର । ଏହି ପରିଦର୍ଶନ ସମୟରେ କୁଳପତି ପ୍ରଫେସର ମହାପାତ୍ରଙ୍କ ସହ ଉଦ୍ଭିଦ ବିଜ୍ଞାନ ପ୍ରଫେସର ଯଜ୍ଞେଶ୍ୱର ସାହୁ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଗତ ଏକ ଦଶନ୍ଧିରେ ଯୁବୋଦୟ ନିଜର ନିଆରା କାର୍ଯ୍ୟଶୈଳୀ ଓ ଶିକ୍ଷାଦାନର ନୂଆ ତରିକା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଗତ ଦଶନ୍ଧିରେ ଯୁକ୍ତ ଦୁଇ ପରୀକ୍ଷାରେ ସମଗ୍ର ଓଡିଶାରେ ଆପଣାର ରିଜଲ୍ଟ ପାଇଁ ଚର୍ଚ୍ଚାରେ ରହିଆସିବା ସହ ଫ୍ରେସର ଛାତ୍ର ଛାତ୍ରୀ ସରକାରୀ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହେବା ପାଇଁ ଚର୍ଚ୍ଚାରେ ରହିଆସିଛି । ଉତ୍ତମ ଗୁଣବତ୍ତାର ଶିକ୍ଷାଦାନ ସହ ଯୁବୋଦୟ ସବୁବେଳେ ନିଜକୁ ଶିକ୍ଷା ପାଇଁ ସମର୍ପିତ କରି ଆସିଥିବାରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେବା ପରେ ନିଜକୁ ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ପ୍ରତିପାଦିତ କରିପାରିବ ବୋଲି ଆଶା କରାଯାଉଛି ।

jay balangir
Leave A Reply

Your email address will not be published.

one × 1 =