ପ୍ରଜାପତି ଫଟୋଚିତ୍ର ସଂଗ୍ରହ କରି ୱଲ୍‌ର୍ଡ ରେକର୍ଡ କଲେ ବଲାଙ୍ଗିର ସହରର ହାର୍ଦ୍ଦିକ ଭ୍ରମର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାର୍ଦ୍ଦିକ ଭ୍ରମର ବିଭିନ୍ନ ପ୍ରଜାପତିଙ୍କ ଫଟୋ ସଂଗ୍ରହ କରି ଗିନିଜ ବୁକ୍‌ ଅଫ ୱଲ୍‌ର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ପେଶାରେ ଜଣେ ବ୍ୟବସାୟୀ ହୋଇଥିଲେ ବି ପ୍ରଜାପତି ଫଟୋଚିତ୍ର ସଂଗ୍ରହରେ ରୁଚି ରଖିଥିଲେ । ବଲାଙ୍ଗିର ସହରର ଠିକାଦାରପଡ଼ାର ହାର୍ଦ୍ଦିକ ଭ୍ରମର ଗିନିଜ ବୁକ୍‌ ଅଫ ୱଲ୍‌ର୍ଡ ରେକର୍ଡରେ ସ୍ଥାନ ପାଇ ବଲାଙ୍ଗିରର ଗର୍ବ ଓ ଗୌରବ ରଖିଛନ୍ତି । ପ୍ରଜାପତି ପ୍ରେମରେ ହାର୍ଦ୍ଦିକ ଛୋଟ ଦିନୁ ପଡ଼ି ପ୍ରଜାପତିର ଫୋଟ ଉତ୍ତୋଳନ କରିବା ସହ ପ୍ରଜାପତି ଫୋଟଚିତ୍ର ଥିବା ସାମଗ୍ରୀ ସଂଗ୍ରହ କରୁଥିଲେ । ପିଲାଦିନରୁ ପ୍ରଜାପତିଙ୍କ ଫଟୋ ଉତ୍ତୋଳନରେ ରୁଚି ରଖୁଥିବା ହାର୍ଦ୍ଦିକ ଭ୍ରମର ଲିମକା ବୁକ୍‌ ଅଫ ରେକର୍ଡ, ଗିନିଜ ବୁକ୍‌ ଅଫ ୱଲ୍‌ର୍ଡ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ପ୍ରକୃତିର ସୁନ୍ଦର ପ୍ରଜାପତି ଉପରେ ଛୋଟ ଦିନରୁ ଆକୃଷ୍ଟ ହୋଇ ପ୍ରଜାପତି ପଛରେ ଦୌଡ଼ିବା ଆରମ୍ଭ କରିଥିଲେ । ଧୀରେ ଧୀରେ ସେ ପ୍ରଜାପତିର ବିଭିନ୍ନ ସୁନ୍ଦର ବିବିଧ ଫଟୋ ସଂଗ୍ରହ କରିବା ଆରମ୍ଭ କରିଥିଲେ । କେବଳ ଫଟୋରେ ସୀମିତ ନ ରହି ପ୍ରଜାପତି ସମ୍ପର୍କିତ ବିଭିନ୍ନ ସାମଗ୍ରୀ ମଧ୍ୟ ସଂଗ୍ରହ କରିଥିଲେ । ଯେଉଁଥିରେ ପ୍ରଜାପତି ଛବି ଥିବା ମୁଦ୍ରା, ଟଙ୍କା, ମାଚିସ ବାକ୍ସ, ଷ୍ଟାମ୍ପ, ଭଳି ଅନେକ ସାମଗ୍ରୀ ଦେଶ ବିଦେଶ ବୁଲି ବିଭିନ୍ନ ପ୍ରକାର ଜିନିଷର ଥିବା ପ୍ରଜାପତି ଫଟୋ ସଂଗ୍ରହ କରିଥିଲେ । ୨୦୨୧ ମସିହାରେ ଗିନିଜ ବୁକ୍‌ ଅଫ ୱଲ୍‌ର୍ଡ ରେକର୍ଡ ପାଇଁ ଆବେଦନ କରିଥିବା ବେଳେ ୬ ହଜାରରୁ ୫୫ଟି ପ୍ରଜାପତି ଥିବା ସାମଗ୍ରୀ ସଂଗ୍ରହ କରି ବଶ୍ୱ ରୋକର୍ଡ କରିଛନ୍ତି । ପୂର୍ବରୁ ଜଣେ ମହିଳା ୧୩ ଶହରୁ ଅଧିକ ଏଭଳି ସାମଗ୍ରୀ ସଂଗ୍ରହ କରି ରେକର୍ଡ କରିଥିଲେ । ଏବେ ତାଙ୍କୁ ପଛରେ ପକାଇ ନୂଆ ରେକର୍ଡ କରିଛନ୍ତି ପ୍ରଜାପତି ପ୍ରେମୀ ହାର୍ଦ୍ଦିକ । ଆଗାମୀ ଦିନରେ ୧୦ ହଜାର ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆଗକୁ ମଧ୍ୟ ଜାରି ରଖି ଆହୁରି ଅଧିକ ପ୍ରଜାପତି ଥିବା ସାମଗ୍ରୀ ସଂଗ୍ରହ କରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

1 × 1 =