କଂଟାବାଂଜି : ୪ଟି ୱର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

କଂଟାବାାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି । ପ୍ରଶାସନ ପକ୍ଷରୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ଚାରୋଟି ୱର୍ଡ ଯଥାକ୍ରମେ ୨, ୫, ୧୦ ଓ ୧୧କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ ଅଭାବୀ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ସମବେଦନ ଜଣାଇବା ପୂର୍ବକ ଆଜି ସଂଧ୍ୟା ସାଢେ଼ ୭ଟାରେ ସ୍ଥାନୀୟ ୧୦ ନମ୍ବର ୱର୍ଡରେ ଚାଉଳ, ଡାଲି, ଆଳୁ, ପିଆଜ ବଂଟନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ରାସନ ସାମଗ୍ରୀ ବଂଟନ କାର୍ଯ୍ୟକ୍ରମରେ ତହସିଲଦାର ଏ.କେ.ମାଝୀ, ଏସ୍ଡ଼ିପିଓ ସରୋଜ ମହାପାତ୍ର, ଆଇଆଇସି ସତ୍ୟଜିତ କାଣ୍ଡେଲକର ତଥା ସାମାଜିକ କର୍ମୀ କାହ୍ନୁଚରଣ ମିଶ୍ର ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.