ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ : ଘରେ ରହିବାକୁ ସରକାରଙ୍କ ଅପିଲ

ମୁମ୍ବାଇ, (କେପିଏନ୍ଏସ୍) : ସାରା ରାଷ୍ଟ୍ରରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ମହାରାଷ୍ଟ୍ରରେ ତାଣ୍ଡବ ରଚିଛି ଘନଘୋର ବର୍ଷା । ବୁଧବାର ଦିନ ହୋଇଥିବା ଲଗାତାର ବର୍ଷା ଯୋଗୁଁ ଆରବ ସାଗର ଫୁଲି ଉଠି ସହର ଆଡ଼କୁ ମାଡ଼ି ଆସିଛି । ଫଳରେ ମୁମ୍ବାଇ ସହରର ବିଭିନ୍ନ ଅଂଚଳ ଜଳାନ୍ନବ ହୋଇଯାଇଛି । ଯାତାୟତ ମଧ୍ୟ ପ୍ରବଳ ମାତ୍ରାରେ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନ ପାଣିରେ ବୁଡ଼ି ରହିଥିବା ବେଳେ କେତେକ ଅଂଚଳରେ ଲୋକେ ଜଳବଂଦୀ ଅବସ୍ଥା ମଧ୍ୟ ରହିଛନ୍ତି । ଆଜି ମଧ୍ୟାହ୍ନରେ ଉଚ୍ଚ ଜୁଆର ଉଠିବା ନେଇ ପାଣି ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଥିବା ବେଳେ ଏଥିରେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ କର୍ପୋରେସନ ତରଫରୁ ନିବେଦନ କରାଯାଇଛି । ତେବେ ଜଳବଂଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରାଯିବା କାର୍ଯ୍ୟ ଜାରି ରହିଛି ବୋଲି ବିଏମ୍ସି କହିଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଟ୍ରେନ୍ ବାତିଲ୍ ରହିଛି ।

Leave A Reply

Your email address will not be published.