ଭିଜିଲାନ୍ସ ଜାଲରେ ସବ୍‌ରେଜିଷ୍ଟାର

ନୟାଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ସବ୍‌ରେଜିଷ୍ଟାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଉଥିବା ଖବର ମିଳିଛି । ଖବର ଅନୁଯାୟୀ, ସବରେଜିଷ୍ଟାର ଶାଶ୍ୱତ କୁମାର ପଟ୍ଟନାୟକଙ୍କ ନୟାଗଡ଼ ଲେନ ୪ ସ୍ଥିତ ଭଡା ଘର, କେନ୍ଦ୍ରାପଡା ତଲବାରଙ୍ଗସ୍ଥିତ ଘର, ନୟାଗଡ଼ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରାପଡା କୁଦନଗରୀ ଅନ୍ତର୍ଗତ ତାଳ ଗାଁ ପୈତୃକ ଘର, ପେଣ୍ଠସ୍ଥିତ ସମ୍ପର୍କୀୟ ଘର ଓ ଅନ୍ୟ ଏକ ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଚାଲିଛି ଚଢାଉ । ଆଉ ଏହି ଚଢାଉରେ ୮ଜଣ ଡିଏସ୍‌ପି, ୬ଜଣ ଇନ୍‌ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Leave A Reply

Your email address will not be published.

sixteen − five =

error: Content is protected !!