pakka

ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ୍‌

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ୍‌ କମ୍ ପ୍ରୋଗାମର ବିକାଶ ଶାନା ବିଲ୍ କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆକାଉଣ୍ଟାଣ୍ଟ୍‌ କମ୍ ପ୍ରୋଗାମର ବିକାଶ ଶାନା ୧୦ ଲକ୍ଷରୁ ଅଧିକ ଟଙ୍କାର ବିଲ କରିବା ପାଇଁ ଦୁଇ ଲକ୍ଷ ଟଙ୍କା ଦାବୀ କରିଥିଲେ । ସରକାରଙ୍କ ଦ୍ଵାରା ବିଭିନ୍ନ ସ୍କୁଲକୁ ଯୋଗାଣ କରାଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳର ପରିବହନ କରାଯାଇଥିବା ବିଲ କରିବା ପାଇଁ ଏହି ଲାଞ୍ଚ ସେ ନେଉଥିଲେ । ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ଟେଣ୍ଡର ନେଇଥିବା ପରିବହନ କଣ୍ଟ୍ରାକ୍ଟର ମୋହନ ଚୌରାସିଆଙ୍କ ପ୍ରତିନିଧିଙ୍କୁ ଆକାଉଣ୍ଟାଣ୍ଟ୍‌ ବିକାଶ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଠିକାଦାର ଭିଜିଲାନ୍ସରେ ଜଣାଇଥିଲେ । ଗୁରୁବାର ଆକାଉଣ୍ଟାଣ୍ଟ୍‌ ବିକାଶଙ୍କୁ ଠିକାଦାର ଲକ୍ଷେ ଟଙ୍କା ଲାଞ୍ଚ ଦେଇଥିଲେ । ଏହି ସମୟରେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ମାଡି ବସିଥିଲେ । ବିକାଶଙ୍କ ଠାରୁ ଲକ୍ଷେ ଟଙ୍କା ଜବତ କରିଥିଲେ । ବିକାଶଙ୍କ ନବରଙ୍ଗପୁର ସ୍ଥିତ ଭଡାଘର ଓ ଉମରକୋଟ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି ।

Leave A Reply

Your email address will not be published.

13 + 19 =