pakka

ବଜ୍ରପାତରେ ଜଣେ ମୃତ

bbehera

ଗଜପତି : ଜମିରେ ବିହନ ବୁଣିବା ପାଇଁ ଯାଇଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମର ଡି. ରାମାନା । ସୂଚନାନୁସାରେ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମର ଡି. ରାମାନା ଜମିରେ ବିହନ ବୁଣିବା ପାଇଁ ଯାଇଥିଲେ । ହଠାତ ବଜ୍ରପାତ ସହ ବର୍ଷା ହୋଇଥିଲା । ବ୍ରଜପାତରେ ଡି. ରାମାନା ଅଚେତ ହୋଇଥିଲେ । ପରିବାର ଲୋକ ପହଞ୍ଚି ତାଙ୍କୁ ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.

1 × 4 =