pakka

ଗାତରେ ପଡି ୪ ଶିଶୁ ମୃତ

kalikesh

କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର aäକ ପାଇକଫୁଲବେଡା ପଞ୍ଚାୟତ ମାଝୀଗୁଡା ଗ୍ରାମରେ ପାଣି ଭର୍ତ୍ତି ଗଭୀର ଗାତରେ ପଡି ୪ ଜଣ ଶିଶୁଙ୍କ ଅକାଳରେ ଜୀବନ ଚାଲିଯାଇଛି । ୪ ଜଣ ଶିଶୁଙ୍କ ମଧ୍ୟରେ ୩ ଜଣ ନାବାଳିକା ରହିଥିବା ବେଳେ ଜଣେ ନାବାଳକ ରହିଛି । ମୃତକମାନେ ହେଲେ ପୁର୍ଣି ହାନ୍ତାଳ (୬), ବିମଳା ଶୁକ୍ରୀ (୬), ରଇଲା ଶୁକ୍ରୀ (୪) ଏବଂ ମଧୁସୂଦନ ହାନ୍ତାଳ (୬ ) । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।

ସୂଚନା ଅନୁସାରେ ଦଶମନ୍ତପୁର ବ୍ଳକ ପାଇକଫୁଲବେଡା ପଞ୍ଚାୟତ ଓଡପୁରମାଝିଗୁଡା ଗ୍ରାମରେ ରାସ୍ତା ନିର୍ମାଣ କା~ðý ଚାଲିଛି । ରାସ୍ତା ନିର୍ମାଣ ପାଇଁ ମାଟି ଖୋଳିଗାତ କରାଯାଇଥିଲା । ଗଭୀର ଗାତରେ ବର୍ଷା ପାଣି ଜମି ରହିଥିଲା । ବର୍ଷା ପାଣି ନିଷ୍କାସନ ହେବାକୁ ରାସ୍ତା ନଥିଲା । ଫଳରେ ଗାତରେ ପ୍ରାୟ ୫ ଫୁଟ ପାଣି ଜମି ରହିଥିଲା । ଗୁରୁବାର ଅପରାହ୍ନରେ ମାଝୀଗୁଡ଼ା ଗ୍ରାମର ୪ଜଣ ଶିଶୁ ରାସ୍ତା ନିକଟରେ ବୁଲୁଥିବା ସମୟରେ ଅଚାନକ ରାସ୍ତା କଡକୁ ହୋଇଥିବା ଗାତକୁ ଖସି ଯାଇଥିଲେ । ରାସ୍ତା ନିର୍ମାଣ କା~ðý ଚାଲୁଥିବା ବେଳେ ବର୍ଷା ପାଣି ଜମି ରହିଥିବାରୁ ପାଣି ଭିତରେ ୪ ଜଣ ଶିଶୁ ବୁଡିଯାଇଥିଲେ । ସ୍ଥାନୀୟ ଯୁବକମାନେ ତୁରନ୍ତ ପାଣି ଭିତରୁ ୪ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଅତ୍ୟଧିକ ପାଣି ପିଇବା ଯୋଗୁଁ ୪ଜଣ ଶିଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ କୋରାପୁଟ ସଦର ପୋଲିସ ସହ ଅଗ୍ନିଶମ ବିଭାଗ ବିଳମ୍ବରେ ପହଞ୍ଚିବା ଘଟଣା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

pp
Leave A Reply

Your email address will not be published.

13 + twenty =