ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟର ଛତ୍ରପୁର ତହସିଲ ଅଫିସରେ ସ୍ୱାଭାବିକ ଭାବେ ଚାଲୁଥିବା ଲାଞ୍ଚ କାରବାର ପଦାରେ ପଡ଼ିଲା : ଭିଜିଲାନ୍ସ ଜାଲରେ ପଡ଼ିଲେ କିରାଣୀ ସ୍ଵାତିସୁଚରିତା ପାତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣରେଡ୍ଡୀ) : ଭିଜିଲାନ୍ସ ଜାଲରେ ପଡ଼ିଲେ ଛତ୍ରପୁର ତହସିଲର କିରାଣୀ ସ୍ଵାତିସୁଚରିତା ପାତ୍ର । ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତହସିଲ କାର୍ଯ୍ୟାଳୟ ବାହାରେ ଉକ୍ତ କିରାଣୀ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଛି । କିରାଣୀଙ୍କ ସ୍କୁଟିରୁ ଟଙ୍କା ଜବତ ହୋଇଛି । ତାଙ୍କ ହାତ ଧୋଇବାରୁ ନାଲି ରଙ୍ଗ ବାହାରିଥିବା ଜଣାପଡ଼ିଛି । ତହସିଲ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଜେରା କରାଯାଇଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ କିରାଣୀ ମ୍ୟାଡ଼ମ୍‌ଙ୍କୁ ଧରିଛନ୍ତି । ତାଙ୍କୁ ଏବେ ବ୍ରହ୍ମପୁର ଭିଜିଲାନ୍ସ ଦକ୍ଷିଣାଞ୍ଚଳ ମଣ୍ଡଳକୁ ନିଆଯାଇ ଏକ ଉଚ୍ଚସ୍ତରୀୟ ଟିମ୍ ଦ୍ୱାରା ଅଧିକ ଖୋଳତାଡ଼ ଚାଲିଛି ।
ସୂଚନା ଅନୁସାରେ ଛତ୍ରପୁରର ଦିଲୀପ କୁମାର ଭଲ୍‌ଟି ଖେତବାରିରୁ ଘରବାରି କରିବା ନେଇ ପଟ୍ଟା ପାଇଁ ଆବେଦନ କରିଥିଲେ । ବହୁ ବାର ଦୌଡ଼ି ଦୌଡ଼ି ସେ ପଟ୍ଟା ନମିଳିବାରୁ ନିରାଶ ହୋଇ ଯାଇଥିବା ବେଳେ କିରାଣୀ ସ୍ଵାତିସୁଚରିତା କାମ କରିଦେବାକୁ କହି ୫ ହଜାର ଟଙ୍କା ଦାବୀ କରିଥିଲେ । ଏହି ଲାଂଚ ଟଙ୍କା ନେବା ବେଳେ ସ୍ଵାତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତେବେ କେବଳ ସ୍ଵାତି ମ୍ୟାଡେମ୍‌ ନୁହଁନ୍ତି, ତହସିଲ କାର୍ଯ୍ୟାଳୟର ଅନ୍ୟ କେତେକ ଅଧିକାରୀ ମଧ୍ୟ ଏଭଳି ଲାଞ୍ଚ କାରବାର କରୁଥିବା ନେଇ ଅଭିଯୋଗ ହୋଇଛି ।

Leave A Reply

Your email address will not be published.

20 − 11 =