pakka

ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ନାୟକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ଚାରୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଆଜି ସକାଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ଚାଲିଛି । ଶ୍ରୀ ନାୟକଙ୍କ ବଲାଙ୍ଗିର ସରସ୍ଵତୀ ନଗର ସ୍ଥିତ ନିଜ ବାସଭବନ ସମେତ ଟିଟିଲାଗଡ଼ରେ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଲୋଇସିଂହା ପାନେସରା ପୈତୃକ ବାସଭବନରେ ସମ୍ବଲପୁର ଓ ସୋନପୁର ଭିଜିଲାନ୍ସ ଟିମ୍‌ର ଚଢାଉ ଚାଲିଛି । ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଛି ।

Leave A Reply

Your email address will not be published.

2 × two =