pakka

ଉତ୍ତମ ଗୃହରକ୍ଷୀ ସମ୍ମାନ ପାଇଲେ ଗଞ୍ଜାମ ଥାନାର ସୋମନାଥ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୫୯ ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ ଗଞ୍ଜାମ ଥାନା ଗୃହରକ୍ଷୀ ସୋମନାଥ ରେଡିଙ୍କୁ ଉତ୍ତମ ଗୃହରକ୍ଷୀ ସମ୍ମାନରେ ସମ୍ମାନିତ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ । ନିଜର ନିଷ୍ଠା, କର୍ତ୍ତବ୍ୟ ପରାୟଣ, ବିଭିନ୍ନ କେସର ୱାରେଣ୍ଟିକୁ ଧରିବା, ଅବକାରୀ ଚଢ଼ାଉ ଆଦି କାର୍ଯ୍ୟରେ ଗଞ୍ଜାମ ଥାନା ପୋଲିସଙ୍କୁ ଗୃହରକ୍ଷୀ ହିସାବରେ ସହଯୋଗ କରିବା ଫଳରେ ଏହି ବେଷ୍ଟ ହୋମଗାର୍ଡ ସମ୍ୱର୍ଦ୍ଧିତ ହୋଇଥିବା ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି ସମ୍ମାନ ପାଇବା ପରେ ଜିଲ୍ଲା ଏସ୍‌ପି ରାୟ, ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡା, ଏସ୍‌ଆଇ ନାରାୟଣ କହ୍ନର ଏବଂ ତତ୍‌କାଳୀନ ଆଇଆଇସି ଦିଲ୍ଲୀପ କୁମାର ସାହୁ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗକୁ ଏହି ପ୍ରୟାସ ଜାରି ରଖିବି ବୋଲି ଗଣମାଧ୍ୟମକୁ ସମ୍ଭୁନାଥ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

4 + 3 =