om academy

ପୂର୍ତ୍ତ ବିଭାଗର ବିରୋଧରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁଦେରପାଲି ଅଞ୍ଚଳ ଦେଇ ଯାଇଥିବା ବିଜେପୁର-ପଦ୍ମପୁର ରାଜ୍ୟ ରାଜପଥରେ ବର୍ଷ ବର୍ଷ ଧରି ଉକ୍ତ ରାସ୍ତା ପାର୍ଶ୍ବରେ ଲଟା ବୁଦା ହୋଇ ରାସ୍ତା ଉପରକୁ ମାଡି ବସିଛି । ଏଥି ଯୋଗୁଁ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ସମ୍ଭାବନା ରହିଛି ଏବଂ ଛୋଟ ମୋଟ ଦୁର୍ଘଟଣା ଘଟୁଛି । ଏ ବିଷୟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ଶୁଦ୍ଧା ପୂର୍ତ୍ତ ବିଭାଗ ନିରବଦ୍ରଷ୍ଟା ସାଜିଛି ବୋଲି ଜନସାଧାରଣଙ୍କ ମଧ୍ୟରେ ଅସନ୍ତାଷ ପ୍ରକାଶ ପାଉଛି । ଦୁର୍ଘଟଣା ପରେ ସହାୟତା ନଦେଇ ଦୁର୍ଘଟଣା ପୂର୍ବରୁ ନିରାକରଣ ବ୍ୟବସ୍ଥା କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି । ପୂର୍ତ୍ତ ବିଭାଗ ଏହି ସମସ୍ୟାକୁ ଅଣଦେଖା କରୁଥିବାରୁ ଗୁଦେରପାଲି ଅଞ୍ଚଳବାସୀ ବାଧ୍ୟ ହୋଇ ଆସନ୍ତା ତା୧୬ /୧୨/୨୧ ଦିନ ଠାରୁ ଏହି ରାଜ୍ୟ ରାଜ ପଥର ସଫେଇ କାମ ଆରମ୍ଭ କରିବେ ଏବଂ ସଫେଇ କାମ ଶେଷ ହେବା ପର୍ଯ୍ୟନ୍ତ ଏହି ରାସ୍ତାରେ କୌଣସି ମୋଟର ଯାନ ଚଲାଚଲ କରିବାକୁ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏ ବିଷୟରେ ବରଗଡ଼ ଜିଲ୍ଲାପାଳ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଦାବୀ କରିଛନ୍ତି । ନ ହେଲେ ଆସନ୍ତା ୧୬ ତାରିଖରୁ ରାସ୍ତା ସଫେଇ ଆନ୍ଦୋଳନ ଜାରି ରହିବ ବୋଲି ଗୁଦେରପାଲି ଅଞ୍ଚଳର ସମାଜସେବୀ କିଶୋର ଚନ୍ଦ୍ର ଦେବତା, ରାମ ଚନ୍ଦ୍ର ପାତ୍ର, ଝସକେତନ ପଧାନ, ସୁରୁବାବୁ ସିଂ ବରିହାଙ୍କ ସମେତ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

fifteen − 10 =