mahavir

ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ବୃତ୍ତି ଛାତ୍ର, ଆଦର୍ଶ ଛାତ୍ରଛାତ୍ରୀ, ଶିକ୍ଷକ ଓ ବୁଦ୍ଧିଜୀବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବାର୍ଷିକ ଉତ୍ସବ ମଞ୍ଚ ହିଁ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରତିଭାତ ହେବାର ପ୍ରମୁଖ ମାଧ୍ୟମ ଓ ଏହାର ଆୟୋଜନ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ସହଶୈକ୍ଷିକ ଅଗ୍ରଗତି କ୍ଷେତ୍ରରେ ସହାୟ ହୋଇଥାଏ ଏବଂ ଏଥିପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସମ୍ମିଳିତ ଗୁରୁ ଦାୟିତ୍ଵ ରହିଛି ବୋଲି ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବାଗ୍ମୀ ସତ୍ୟ ନାରାୟଣ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ଭାରତ ସରକାରଙ୍କର ଉତ୍ତର ପୂର୍ବାଞ୍ଚଳ ପ୍ରାକ୍ତନ ସଂସ୍କୃତି ନିର୍ଦ୍ଦେଶକ ତଥା ସୁନାମଧନ୍ୟ ଲେଖକ, ଶିକ୍ଷାବିତ୍ ମାନସ ରଞ୍ଜନ ମହାପାତ୍, ଶିକ୍ଷାବିତ୍ ତଥା ସୁଲେଖିକା ଶୈଳବାଳା ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସେମାନଙ୍କ ଦୀକ୍ଷାନ୍ତ ଅଭିଭାଷଣରେ ଶିକ୍ଷକ ସମାଜ ଓ ଅଭିଭାବକ ମାନଙ୍କୁ ଶୃଙ୍ଖଳା ଓ ଚରିତ୍ର ଗଠନ ଆଧାରରେ ଦିଗ୍ ଦର୍ଶନ ଦେଇଛନ୍ତି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାଦେବୀ ରାଉତରାୟ, ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ବର୍ଷିୟାନ୍ ସାମ୍ୱାଦିକ ପ୍ରସନ୍ନ ତ୍ରିପାଠୀ, ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ପ୍ରଶାନ୍ତ ଦାସ, ଶିକ୍ଷାବିତ୍ ରାମଚନ୍ଦ୍ର ଦାଶ, ସନ୍ତୋଷ ମହାନ୍ତି, ନିରଞ୍ଜନ ସାହୁ, ଶ୍ରୀଧର ପ୍ରଧାନ, ପ୍ରଧାନ ଶିକ୍ଷକ ବସନ୍ତ ଦାସ, ପ୍ରାକ୍ତନ ସରପଞ୍ଚ ଦୁର୍ଗାଚରଣ ରାଉତରାୟ, ଅବସରପ୍ରାପ୍ତ ଏବିଇଓ ଶ୍ୟାମସୁନ୍ଦର ଦାସ, ଭୁବନେଶ୍ୱରର କୃତି ଶିକ୍ଷକ ଶୈଳେନ୍ଦ୍ର କୁମାର ସାବତ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଶେଷ ପର୍ଯ୍ୟନ୍ତ ଉପସ୍ଥିତି ରହି ବାର୍ଷିକ ଉତ୍ସବ ମାଧ୍ୟମରେ ପିଲାମାନଙ୍କ ପ୍ରତିଭା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ମ ନିଷ୍ଠାକୁ ପ୍ରଶଂସିତ କରାଯିବା ଉଚିତ୍ ବୋଲି କହି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଷ୍ଫୁଟିତ ହେବାରେ ସହାୟ ହେବାକୁ ସୁପରାମର୍ଶ ଦେଇଥିଲେ । ଏହି ଅବସରରେ ୫ମ ବୃତ୍ତିର ଉତ୍ତୀର୍ଣ୍ଣ ମେଧାବୀ ଛାତ୍ର ଆତ୍ମଜିତ ବେହେରା, ଆଦର୍ଶ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ମେଧା ଛାତ୍ର ଆଶୁତୋଷ ସମାନ୍ତରାୟ, କୃତି ଛାତ୍ରୀ ସୋନିଆ ଅନସାରୀ, ରାମଚନ୍ଦ୍ରପୁର ଗାଁର ବୁଦ୍ଧିଜୀବୀ କୃଷ୍ଣଚନ୍ଦ୍ର ସାମନ୍ତରାୟ ଓ କ୍ରମାଗତ ନିଃସ୍ଵାର୍ଥପର ସେବା ପାଇଁ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ସେଠୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିବର୍ଷ ଭଳି ବିଦ୍ୟାଳୟର ସାମୂହିକ ନିଷ୍ପତ୍ତି କ୍ରମେ ଚଳିତ ବର୍ଷର ସର୍ବୋତ୍ତମ କାର୍ଯ୍ୟ ଦକ୍ଷତା ଓ ବିଦ୍ୟାଳୟ ସଫଳତାରେ ଅବଦାନ ପାଇଁ ଶ୍ରେଷ୍ଠ ଶିକ୍ଷକ ଭାବେ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ, ଶ୍ରେଷ୍ଠ ଅଭିଭାବକ ଭାବେ ନବଘନ ବେହେରା ଓ ଶ୍ରେଷ୍ଠ ଛାତ୍ରୀ ଭାବେ ସିମରନ୍ ଆସୀନଙ୍କୁ ଅତିଥିମାନେ ମଞ୍ଚରେ ପ୍ରଶଂସା ପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାକୁ ବିଚାର ପୂର୍ବକ ଓ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଆୟୁଷ୍ମାନ ବିଶ୍ୱାଳ, ସାଇ ମୃତ୍ୟୁଞ୍ଜୟ, ସାଇ ସିଦ୍ଧାର୍ଥ ସାହୁ, ବିଶ୍ଵ ପ୍ରକାଶ ସେଠୀ, ଆଦ୍ୟା ଅଭିପସା, ସୁଶ୍ରୀ ସଙ୍ଗୀତା ପରିଡ଼ା, ସୁମନ ବେହେରା, ଶ୍ରୀୟାଶୁ ଶେଖର ସିଂ, ସାଇ ପ୍ରସାଦ ସିଂ, ଖୁସି ବାରିକ, ଶିବାନୀ ବେହେରା, ପ୍ରତ୍ୟୁଷ ବାରିକ, ଆଦିତ୍ୟ ସାହୁ, ଶୁଭ୍ରାଂଶୁ ବେହେରାଙ୍କ ସହ ପ୍ରାୟ ୮୦ ଜଣ ପିଲାଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ନୃତ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ବ୍ରହ୍ମଗିରି ପଣସପଦା ଅଞ୍ଚଳର ସୁନାମଧନ୍ୟ ଉପସ୍ଥାପକ ଆଶିଷ କୁମାର ସ୍ଵାଇଁ ସୁଶବ୍ଦ ମାଧୁରୀରେ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ଏହି ପୁରାତନ ବିଦ୍ୟାଳୟର ଐତିହ୍ୟ ଯୁକ୍ତ ବିବରଣୀ ପାଠ କରିଥିଲେ । ଗାନ୍ଧୀ ତତ୍ତ୍ଵ ପ୍ରଚାରକ ସମାଜ ସେବୀ ଅନାମ ମଲ୍ଲିକ, ଡେ଼ଲାଙ୍ଗ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଅଭୟ ରାଉତରାୟ, ପ୍ରାକ୍ତନ ପୋଲିସ ଅଧିକାରୀ ଲୋକନାଥ ସାହୁ, ଅଧ୍ୟାପକ ଅନନ୍ତ ଚରଣ ବଳବନ୍ତରାୟ, ବୁଦ୍ଧିଜୀବୀ ପ୍ରମୋଦ ବୃହେରା, ସିଆର୍‌ସିସି କ୍ଷେତ୍ରବାସୀ ଆଳୁକ, ଅଭିମନ୍ୟୁ ପ୍ରଧାନ, ସୋମନାଥ ବେହେରା, ମନୋଜ ମହାରଣା, ଶିକ୍ଷକ ଫକିର ଦାସ, ଦିଲୀପ ନାୟକ, ସମାଜସେବୀ ଲକ୍ଷ୍ମୀ ନାରାୟଣ ପାଠୀ, ପ୍ରମୋଦ କୁମାର ବେହେରା, ଜିତେନ୍ଦ୍ର ପ୍ରଧାନ, ପ୍ରମୋଦ ମଲ୍ଲିକ, ପ୍ରଧାନ ଶିକ୍ଷକ ଅଭୟ ରଥ, ଶୁଭକାନ୍ତ ମିଶ୍ର, ଶିକ୍ଷକ ନିରଞ୍ଜନ ଦାସ, ନାରାୟଣ ବରାଳ, ସୁବାସ ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋପାଳ ମହାପାତ୍ର, ଶିକ୍ଷୟିତ୍ରୀ ଝରଣା ଦାସ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କମିଟି ସଭ୍ୟସଭ୍ୟାମାନଙ୍କ ଉତ୍ତମ ସହଯୋଗ ପାଇଁ ଉପାଧ୍ୟକ୍ଷା ଗୌରୀମଣି ବେହେରା, ଜିତେନ୍ଦ୍ର ସେଠୀ, ଦିଲୀପ ସମାନ୍ତରାୟ, ଦୁର୍ଯ୍ୟୋଧନ ସାମନ୍ତରାୟ, ସୁଧୀର ଜେନା, ଶକ୍ତିମୟୀ ପରିଡା, ରଜନୀ ବିବି, ଗୀତାଞ୍ଜଳି ପରିଡ଼ା, ପିଙ୍କି ବେହେରାଙ୍କୁ ମଞ୍ଚରେ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚରେ ଶିକ୍ଷାବିତ୍ ସନ୍ତୋଷ ମହାନ୍ତି, ଆମନ୍ତ୍ରିତ ଶିକ୍ଷକ ତଥା ସୁସାହିତିକ ସନ୍ତୋଷ ମିଶ୍ର, ଶିକ୍ଷକ ସଂଘ ନେତା ପବିତ୍ର ଜେନା, ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ, ଭୂବନେଶ୍ୱରର ପଣ୍ଡିତ ରଘୁନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ବିଜ୍ଞାନ ଶିକ୍ଷକ ଶୈଳେନ୍ଦ୍ର କୁମାର ସାବତ, ସତ୍ୟବାଦୀର କୁନି ଓଡ଼ିଶୀ ନୃତ୍ୟ ଶିଳ୍ପୀ ପ୍ରତ୍ୟାଶା ମିଶ୍ର, ସଂସ୍କୃତି ସମ୍ପନ୍ନ ଆଦର୍ଶ ଶିକ୍ଷକ ଲକ୍ଷ୍ମୀ ପ୍ରସାଦ ପାଣି, ସଂସ୍କୃତି ପ୍ରେମୀ ଅରୁଣ ପ୍ରଧାନ, ବ୍ରହ୍ମଗିରି ପଣସପଦା ଅଞ୍ଚଳର ଶିକ୍ଷକ ତଥା ଆଧ୍ୟାତ୍ମିକ ଉପସ୍ଥାପକ ଆଶିଷ କୁମାର ସ୍ଵାଇଁଙ୍କୁ, ନୃତ୍ୟ ଗୁରୁ ବିଶେଶ୍ୱରୀ ବାରିକଙ୍କୁ ମଞ୍ଚରେ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅଭିଭାବକ ଗୀତାରାଣୀ ନାୟକ, ଶିକ୍ଷକ ଟିକେଇ ଦଳାଇ, ମାନସ ସ୍ୱାଇଁ, ଅଜୟ ପ୍ରଧାନ, ପାପଲିନ୍ ପ୍ରଧାନ, ସତ୍ୟଭମା ବେହେରା, ରୋଜାଲିନ୍ ମହାରଣା ଓ କମିଟି ସଭ୍ୟ ସଭ୍ୟା, ଅଭିଭାବକ, ଛାତ୍ରଛାତ୍ରୀ ଏଥିରେ ସହଯୋଗ କରିଥିଲେ । ବିଦ୍ୟାଳୟର ଉତ୍ସବକୁ ଅତିଥିମାନେ ପ୍ରଶଂସା କରିଥିଲେ । ସଭାରେ କୁଳପତିଙ୍କ ବାଦ୍ୟର ତାଳେ ତାଳେ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ ଓ ଶ୍ରୀ ମହାପାତ୍ରଙ୍କ ମଜାଳିଆ ବାର୍ତ୍ତା ସମସ୍ତଙ୍କ ମନଛୁଇଁ ଥିଲା ।

Leave A Reply

Your email address will not be published.