
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକର ପ୍ରଥମ ସିବିଏସଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂସ୍କାର ସାଧନା ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ସମାବେଶରେ ମୁଖ୍ୟ ଅତିଥ୍ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷାବିତ ରମେଶଚନ୍ଦ୍ର ରାଉତରାୟ, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଆଧ୍ୟାତ୍ମିକ ପ୍ରବକ୍ତା ସୁକାନ୍ତ କୁମାର ମହାନ୍ତି, ପରିଚାଳନା କମିଟି ଉପ ସଭାପତି ଅଧ୍ୟାପକ ଡଃ. ଲକ୍ଷ୍ମୀଧର ପାଇକରାୟ, ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶିବସ୍ଵରୂପ ମଙ୍ଗରାଜ ପ୍ରମୁଖ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନର ସାମୂହିକ ବିକାଶ, ଗୁଣାତ୍ମକ ମାନର ଆଧ୍ୟାତ୍ମିକ ଶିକ୍ଷା ବ୍ୟବସ୍ଥା ଓ ଅଭିଭାବକ, ବିଶେଷତଃ ପ୍ରଥମ ଶିକ୍ଷୟିତ୍ରୀ ମା’ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅବିଭକ୍ତ ସୁଜନପୁର ପଞ୍ଚାୟତର ଦିବଂଗତ ସରପଞ୍ଚ ତଥା ଡେଲାଙ୍ଗ ମହାବିଦ୍ୟାଳୟରର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ମାଗୁଣି ଚରଣ ସାହୁଙ୍କ ସ୍ମୃତି ରକ୍ଷା ପୂର୍ବକ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ପ୍ରତିଭା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ ନିମନ୍ତେ ତାଙ୍କ ତିନି ସୁପୁତ୍ର ଚିତ୍ତରଞ୍ଜନ, ପ୍ରସନ୍ନ ଓ ଅଶୋକ ବିଦ୍ୟାଳୟ ନାମରେ ଏକ ଲକ୍ଷ ଟଙ୍କା ସ୍ଥାୟୀ ଜମା ଦେବା ଏବଂ ଏହି ସ୍ଥାୟୀ ଜମାର ଅର୍ଜିତ ସୁଧରୁ ପ୍ରତିବର୍ଷ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମଙ୍ଗରାଜ ସୂଚନା ଦେଇଥିଲେ । ଅଧ୍ୟକ୍ଷ ସତ୍ୟଜିତ ବାରିକ ବିଦ୍ୟାଳୟର ଗରିମାମୟ ଐତିହ୍ୟ ଓ ସଫଳତା ସମ୍ପର୍କିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଚଳିତ ସିବିଏସ୍ଇ ଦଶମ ପରୀକ୍ଷାରେ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ତୃପ୍ତିଲିପ୍ସା ପାଇକରାୟ, ପ୍ରଜ୍ଞାନଦର୍ଶୀ ମଙ୍ଗରାଜ, ଜଗଦୀଶ ବାରିକ ଓ ମୌସୁମୀ ପାତ୍ରଙ୍କ ସମେତ ଶିକ୍ଷା ଓ ବିଭିନ୍ନ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର, ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଛାତ୍ରୀ ତୃପ୍ତିଲିପ୍ପା ଓ ପ୍ରଜ୍ଞାନଦର୍ଶୀ ମଞ୍ଚ ସଂଯୋଜନା କରିଥୁଲା ବେଳେ ପ୍ରିତମ ଦାଶ ପୁରସ୍କାର ବିତରଣ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନେ ନୃତ୍ୟ ସଂଗୀତ, ଅଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଶେଷରେ ଶିବ ସ୍ଵରୂପ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ ।