ସାଇଟ ନର୍ସିଂ କଲେଜର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସମାବର୍ତ୍ତନ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ସାଇଟ ନର୍ସିଂ କଲେଜର ସମସ୍ତ ଏମ୍‌.ଏସ୍‌.ସି (ନର୍ସିଂ) ଉର୍ତ୍ତୀଣ୍ଣ ହୋଇଥିବା ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଚେୟାରମେନ, ପି.ଜି.କାଉନ୍‌ସିଲ ରାଜକିଶୋର ପାତ୍ର ଯୋଗ ଦେଇ ବିଶ୍ୱବିଦ୍ୟାଳୟର ମାଷ୍ଟର ଡିଗ୍ରୀ ମାନପତ୍ର ଦେଇ ସମ୍ବନ୍ଧିତ କରିଥିଲେ । ଅତିଥି ଭାବରେ ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ର ଯୋଗଦେଇ ବକ୍ତବ୍ୟରେ ଜୀବନରେ ସଫଳ ହୋଇ ଆଗାମୀ ପିଢି ପାଇଁ ଉଦାହରଣ ସୃଷ୍ଟି କରିବା ସହ ଏହା ଭବିଷ୍ୟତରେ କର୍ମ ଜୀବନ ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଜୀ ଯୁବକ ସଂଘର ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଯୋଗ ଦେଇ ନର୍ସମାନଙ୍କ ଦ୍ୱାରା ହିଁ ଲୋକଙ୍କର ଜୀବନ ରକ୍ଷା ହୋଇପାରୁଛି ଓ ଭବିଷ୍ୟତରେ ସମାଜର ହିତ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଡା. ପ୍ରମୋଦ କୁମାର ମିଶ୍ର ଯୋଗ ଦେଇ ସମସ୍ତ ନର୍ସମାନେ ସିଧା ସଳଖ ମଣିଷ ଜୀବନ ସହ ସଂଶ୍ଲିଷ୍ଟ ରହିବେ ବୋଲି କହିଥିଲେ । ସାଇଟ ନର୍ସିଂ ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରସାଶନିକ ଅଧିକାରୀ ସନ୍ତୋଷ କୁମାର ବ୍ରହ୍ମା ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରଶାନ୍ତ ତ୍ରିପାଠୀ, ପିୟବ୍ରତ ଖଟୁଆ, କମ୍‌ରୁନ ନିସା, ଅମିୟ ଯୋଷୀ, ଅଶୋକ କୁମାର ପଧାନ, ଶରତ ପ୍ରଧାନ, ଜତୀନ ରଣା, ରେସମା ସା, ସ୍ୱାତିମୟୀ ଜାନୀ, ହିତିକା ମହାନ୍ତି, ସୁଶ୍ମିତା ସୁନା, ପ୍ରଜ୍ଞା ପରିଡା, ଅନୁପମା ବାଗ, ସୋମ୍ୟରଂଜନ ନାଗ, ଦେବାଶିଷ ନାଏକ, ଅନିକେତ୍‌ ପ୍ରଧାନ, କୁସୁମ ନାଗ, ଜୟନ୍ତ ପଟେଲ, ଅଖିଲନାଥ ଗୁରୁ ଏବଂ ଲୋକନାଥ ସିଂହ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

13 + 16 =