କର୍ଣ୍ଣେଲ ୟୁ-୨୩ ସି.କେ. ନାଇଡୁ ଟ୍ରଫି ଗାନ୍ଧି ଷ୍ଟାଡିୟମରେ

  • ଓଡିଶା ବନାମ ପଞ୍ଜାବ ମଧ୍ୟରେ ତା.୧୮ରୁ
  • ସଂସଦର ବାର୍ଷିକ ସାଧାରଣ ପରିଷଦ ବୈଠକ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଏବଂ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ତଥା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଆଗାମୀ ୧୮ରୁ ୨୧ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ହେବ । ୨୩ ବର୍ଷ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି କ୍ରିକେଟ ଟେଷ୍ଟ ମ୍ୟାଚ୍‌ ଏହି ଉପଲକ୍ଷେ ଆଜି ଷ୍ଟାଡିୟମ ସ୍ଥିତ ଡବ୍ୟୁ.ଓ.ଡି.ସି ପ୍ୟାଭିଲିୟନର ସଭାଗୃହରେ ଏକ ପ୍ରେସ ମିଟ ଆହୁତ ହୋଇଥିଲା । ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନ ଉପରେ ସଭାପତି ଡ. ମିଶ୍ର ଓ ସଂପାଦକ ଶ୍ରୀ ପୂଜାରୀ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଓଡିଶା ଓ ପଞ୍ଜାବ ମଧ୍ୟରେ ହେବାକୁ ଥିବା ଏହି ଟ୍ରଫି ପାଇଁ ଉଭୟ ଦଳର ଖେଳାଳି ଓ ଅଫିସିଆଲ ଆଗାମୀ ୧୫ ତାରିଖରେ ବଲାଙ୍ଗିରରେ ପହଞ୍ଚିବେ ଓ ତା.୧୬ ଓ ୧୭ ଦୁଇ ଦିନ ଷ୍ଟାଡିୟମ ଆସି ନେଟ୍‌ ପ୍ରାକ୍ଟିସ କରିବେ ବୋଲି ସଂପାଦକ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ସଭାପତି ଓ ସଂପାଦକଙ୍କ ସମେତ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ପ୍ରଭାତ ସିଂ ଓ ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ ମଂଚାସୀନ ଥିଲେ । ଏହା ପୂର୍ବରୁ ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି ଡ. ମିଶ୍ର ସ୍ୱାଗତ ଭାଷଣ ଦେବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ପରେ ପରେ ସାଧାରଣ ସଂପାଦକ ଶ୍ରୀ ପୂଜାରୀ ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ଆୟ ବ୍ୟୟର ବିବରଣୀ ତଥା ବାର୍ଷିକ ଅଡିଟ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ସଂସଦର ଅନେକ ସାଧାରଣ ପରିଷଦ ସଭ୍ୟ ଉପସ୍ଥିତ ରହି ବିଭିନ୍ନ ବିଷୟକୁ ସର୍ବ ସମ୍ମତିରେ ଗ୍ରହଣ କଲେ । ଶେଷରେ ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଧନ୍ୟବାଦ କରିଥିଲେ ।

Leave A Reply

Your email address will not be published.

one × 2 =