pakka

ଆଦର୍ଶ ପାଠାଗାରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । କୋଭିଡ ନିୟମ ପାଳନ କରାଯାଇ ପାଠାଗାରର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ଛାତ୍ରଛାତ୍ରୀ ଶ୍ରେୟସୀ ସାହୁ, ଅସ୍ମିତ ଅନୁଭବ ପାଣି, ଓମକାର ମହାପାତ୍ର ଓ ଆଦ୍ୟାଶା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାସ ସଭାପତିତ୍ୱ ଅଭିଭାଷଣ ସହ ଗୋପବନ୍ଧୁଙ୍କ ବାର୍ତ୍ତାରେ ଆତ୍ମନିର୍ଭରଶୀଳତା ଓ ଏହାର ଉଦାହରଣ ସତ୍ୟବାଦୀ ବନ ବିଦ୍ୟାଳୟ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ ଯେ ଗୋପବନ୍ଧୁ ଥିଲେ ଜାତୀୟ ଅସ୍ମିତାର ପରିଚୟ । ଯେବେ ଓଡିଶାରେ ପତ୍ରପତ୍ରିକା କଥା ଅକଳ୍ପନୀୟ ଥିଲା ସେତେବେଳେ ସେ ସତ୍ୟବାଦୀ ଓ ସମାଜ ଖବରକାଗଜର ପ୍ରକାଶନ କରି ଉଦାହରଣ ସୃଷ୍ଟି କରିଥିଲେ । ସେ ଜଣେ ସଂସ୍କାରୀ ବ୍ୟକ୍ତିତ୍ୱ ଥିଲେ । ସେ ଏକାଧାରରେ ଜଣେ ସାମ୍ବାଦିକ, ସଂସ୍କାରକ, ଶିକ୍ଷାବିତ୍, ସଂଗଠକ, ଉଦାରବାଦୀ ତଥା ଛାତ୍ର ଜୀବନରେ କର୍ତ୍ତବ୍ୟ ବୋଧନୀ ସଭାର ପ୍ରତିଷ୍ଠାତା ଥିଲେ । ସମ୍ମାନିତ ଅତିଥିମାନେ ଗୋପବନ୍ଧୁଙ୍କ ଜୀବନୀ ତଥା ସାରସ୍ୱତ ସାଧନା ସଂପର୍କରେ ବକ୍ତବ୍ୟ ରଖିଥିଲେ । ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କନିଷ୍ଠ ପ୍ରବନ୍ଧ ବିଭାଗରେ ଆପ୍ତି ମହାପାତ୍ର ପ୍ରଥମ, ମୟଙ୍କ ବେହେରା ଦ୍ୱିତୀୟ, ଶ୍ରେୟସୀ ସାହୁ ଓ ଅର୍ପିତା ବେହେରା ତୃତୀୟ, ବକ୍ତୃତା ପ୍ରତିଯୋଗିତା ରେ ଶ୍ରେୟସୀ ସାହୁ ପ୍ରଥମ, ଅସ୍ମିତ ଅନୁଭବ ପାଣି ଦ୍ୱିତୀୟ, ଶର୍ମିଷ୍ଠାରାଣୀ ରାଉତ ଓ ସାଇ ଅଂଶୁମାନ କୁଅଁର ତୃତୀୟ, ବରିଷ୍ଠ ପ୍ରବନ୍ଧ ବିଭାଗରେ ଓମକାର ମହାପାତ୍ର ପ୍ରଥମ, ଶୁଭଶ୍ରୀ ଆଚାର୍ଯ୍ୟ ଦ୍ୱିତୀୟ, ବୈଷ୍ଣବୀ ମଣ୍ଡଳ ଓ ଆସ୍ଥା ସମୃଦ୍ଧି ତୃତୀୟ, ବକ୍ତୃତା ପ୍ରତିଯୋଗିତାରେ ଓମ୍‌କାର ମହାପାତ୍ର ପ୍ରଥମ, ଆଦ୍ୟାଶା ପାଣିଗ୍ରାହୀ ଦ୍ୱିତୀୟ, ସୁପ୍ରୀୟା ପଣ୍ଡା ଓ ପ୍ରିୟଙ୍କା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ସେହିପରି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ରଶ୍ମି ସାହୁ, ଅଭିରାମ ପ୍ରଧାନ ଓ ଗୀତାରାଣୀ ବେହେରା ଉତ୍କଳମଣିଙ୍କ ସଂପର୍କୀତ କବିତା ପାଠ କରିଥିଲେ। କାର୍ୟ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାଉରୀବଂଧୁ ସାହୁ, ଗୋପୀନାଥ ପଟ୍ଟନାୟକ, ଚନ୍ଦ୍ରଶେଖର ଶତପଥୀ, ଭୂପେନ ମହାପାତ୍ର, ସୁମନ ଦତ୍ତ, ଅଶୋକ ବଳ,ଚିତ୍ତରଂଜନ ବ୍ରହ୍ମା, ଡାକ୍ତର ବସନ୍ତ କୁମାର ଦାସ, ବବିତା ମହାପାତ୍ର, ଭାସ୍କର ପୁହାଣ, ମନୋଜ ପଣ୍ଡା, ଟୁକୁଲା ପାଢୀ, ପ୍ରଦୀପ ପଟ୍ଟନାୟକ, ବିଭୁତି ଭୂଷଣ ବିଶ୍ୱାଳ, ଶରତ ରାଉତ, ଜ୍ୟୋତି ରଂଜନ ମହାପାତ୍ର, କରୁଣାକର ପାଟ୍ଟଶାଣୀ, ଅଟମ ରଥ, ଅନିଲ ମଲ୍ଲିକ, ଅଲେଖ ଚନ୍ଦ୍ର ନାୟକ, ଅଶୋକ କୁମାର ପଟ୍ଟନାୟକ, ଜୟଶ୍ରୀ ଦାସ, ଡଲିରାଣୀ ବ୍ରହ୍ମା, ତାରିଣୀ ଚରଣ ସାହୁ, କନକଲତା ମିଶ୍ର, ଅକ୍ଷୟ ସାମଲ, ବିଜୟ ରାୟ ପ୍ରମୁଖ ତଥା ବହୁ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 + five =