pakka

ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

bbehera

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ସହର ସ୍ଥିତ ହୋଟେଲ ଜଳାରାମର ସଭା ଗୃହରେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସ୍ତମ୍ଭକାର ଡ଼ଃ ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଟିଟିଲାଗଡ଼ ତହସିଲଦାର ପ୍ରେମଲାଲ ହିଆଲ, ଅତିରିକ୍ତ ଜିଲ୍ଲାପାଳ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଲଳିତ ବାଗ, ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ଧୂପ ଦେଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଅତିଥିଗଣ ସମ୍ବାଦ ଓ ସାମ୍ବାଦିକ ମାନେ ନିର୍ଭିକ, ନିରପେକ୍ଷ ତଥା ଗଠନ ମୂଳକ ସମ୍ବାଦ ପରିବେଷଣ କରିବାକୁ ଆହ୍ୱାନ ଦେଇଥିଲେ । ବର୍ତ୍ତମାନ ଗଣମାଧ୍ୟମ ଜଗତ ବ୍ୟବସାୟଆଡ଼କୁ ଢଳୁଥିବାରୁ ନିରପେକ୍ଷ ସମ୍ବାଦ ପରିବେଷଣ କରିବା କାଠିକର ହୋଇପଡିଛି । ପୁଣି ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହାତରେ ଅଧିକାଂଶ ଗଣମାଧ୍ୟମ ପରିଚାଳିତ ହେଉଥିବାରୁ ସତ୍ୟାସତ୍ୟ ଗଠନ ମୂଳକ ଖବର ପରିବର୍ତ୍ତେ, ପ୍ରତିଯୋଗିତା ମୂଳକ ଖବର, ଅତି ରଂଜିତ ଖବର କରିବା ଦୁର୍ଭାଗ୍ୟ ବୋଲି ଅତିଥିମାନ ମତବ୍ୟକ୍ତ କରିଥିଲେ । ଜାତୀୟ ପ୍ରେସ ଦିବସ ପରିପ୍ରେକ୍ଷୀରେ ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ପ୍ରତିନିଧି ଖବର ପରିବେଷଣ କରୁଥିବା ବେଳେ କେତେ ସୁରକ୍ଷିତ ନେଇ ଏକ ଶୀର୍ଷକ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ସାମ୍ବାଦିକ ସତ୍ୟବ୍ରତ ପଣ୍ଡା, ଦିଲୀପ ପୁରୋହିତ ପ୍ରମୁଖ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ କୌଣସି ବିଭାଗ ପଦକ୍ଷେପ ଗ୍ରହଣ କରୁନଥିବା ନେଇ ମତ ରଖିବା ସହ ଅନେକ ସମୟରେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ସମ୍ବାଦ ସଂଗ୍ରହ କରୁଥିଲେ ବି କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ଆଗାମୀ ଦିନରେ ସାମ୍ବାଦିକ ମାନଙ୍କ ଜୀବନ ସୂତାଖିଅ ପରି ଝୁଲିରହିଥିବା ପ୍ରକାଶ କରିଥିଲେ । ଟିଟିଲାଗଡ଼ ଉପଖଣ୍ଡ ସମ୍ପାଦକ ସଞ୍ଜୟ ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅତିଥି ପରିଚୟ ଅଶୋକ ତ୍ରିପାଠୀ ପ୍ରଦାନ କରିଥିଲେ । ଉପସଭାପତି ପ୍ରକାଶ ଗୋୟଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜାତୀୟ ପ୍ରେସ ଦିବସ ଅବସରରେ ମହାମାରୀ କୋଭିଡ ସମୟରେ ଟିଟିଲାଗଡ଼ ସହରରେ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ସମ୍ପାଦନ କରିଥିବା ବରିଷ୍ଠ ଡାକ୍ତର ଓଁକାର ହୋତା, ଲୋକଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିଥିବା ତଥା ଶୁଖା ଏବଂ ରନ୍ଧା ଖାଦ୍ୟ ପହଞ୍ଚାଇ ଥିବା ଟିଟିଲାଗଡ଼ ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ସରପଞ୍ଚ ସଂଘର ସଭାପତି ବିରବର ସାହୁ, ଟିଟିଲାଗଡ଼ ସହରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା ତଥା ସାଧାରଣ ଲୋକଙ୍କୁ ମହାମାରୀ କରୋନା ସମୟରେ ସହଯୋଗର ହାତ ବଢ଼ାଇଥିବା ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥି ତଥା ଗ୍ରାମୀଣ ସାମ୍ବାଦିକ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରାଣିପୁର ଝରିଆଲର ଉନ୍ନତି ପାଇଁ ପ୍ରୟାସ ଜାରି ରଖିଥିବା ସିନ୍ଧେକେଲାର ସାମ୍ବାଦିକ ଅନିଲ ତ୍ରିପାଠୀଙ୍କୁ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଉପଢୌକନ ସହ ସମ୍ମାନିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ହରି ନାରାୟଣ ମିଶ୍ର, ଗରୀବ ସେନା ଆବାହକ ବୀରେନ୍ଦ୍ର ବାଗଙ୍‌ଙ୍କ ସମେତ ଟିଟିଲାଗଡ଼, ସଇଁନ୍ତଲା, ସିନ୍ଧେକେଲା, ବେଲଗାଁ ଆଦି ଅଞ୍ଚଳର ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

20 − 13 =

error: Content is protected !!